Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଏଥର ଦଶହରାରେ ଟ୍ରିପଲ୍‌ ଆକ୍ସନ ଫିଲ୍ମ

    Share on :
    ajab-Image
    Date: Sep 5, 2023    Views: 3229

    ଭୁବନେଶ୍ୱର ; ଏ ବର୍ଷ ଦଶଦରାରେ ଓଲିଉଡ୍‌ରେ ରିଲିଜ୍‌ ହେବ ୩ଟି ଦମଦାର ଫିଲ୍ମ । ପ୍ୱଜା ସାଙ୍ଗକୁ ଫିଲ୍ମର ଆସରା ଜମିବ ବୋଲି ନିର୍ଦ୍ଦେଶକ କହୁଛନ୍ତି । ଏ ବର୍ଷ ମୁକ୍ତିଲାଭ କରୁଛି ‘ମାଲ୍ୟଗିରି’, ‘ରାମ୍‌’ ଓ ‘କଟକ:ଶେଷରୁ ଆରମ୍ଭ’ । ରହସ୍ୟ ଭିତ୍ତିକ କାହାଣୀ, ରୋମାଂଚ, ଆକ୍ସନରେ ଭରପୁର ଏହି ଫିଲ୍ମ ଗୁଡିକ ଦର୍ଶକଙ୍କ ମନ ଲୋଭିବ । ଫିଲ୍ମର ଫଟୋ, ପୋଷ୍ଟର, ପ୍ରମୋସନାଲ ଇଭେଂଟକୁ ନେଇ ସବୁଠି ଚହଳ ପଡିଲାଣି । ଯାହାକୁ ନେଇ ପ୍ରଯୋଜନା ସଂସ୍ଥା, ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ସିସିଆନ, ସଂଗୀତ ନିର୍ଦ୍ଦେଶକ ଠାରୁ ଆରମ୍ଭ କରି ସିନେପ୍ରେମୀଙ୍କ ଉତ୍ସୁକତା ବଢୁଛି । ଆସନ୍ତୁ ଜାଣିବା ଏହି ୩ଟି ଚଳଚିତ୍ର ସମ୍ବନ୍ଧରେ । 
    ମାଲ୍ୟାଗିରି : ରିଙ୍କୁ ରିନୁ ଜେନାଙ୍କ ପ୍ରଯୋଜିତ ତଥା ରେନ୍‌ଡ୍ରପ ପିକଚର୍ସ ଏବଂ କିଭସ ଏଂଟର୍‌ଟେନମେଂଟ ପକ୍ଷରୁ ତିଆରି ହୋଇଛି ‘ମାଲ୍ୟଗିରି’ । ଏଥିରେ ନାୟକ ବାବୁସାନ୍‌ ଓ ଶିବାନୀ ସଂଗୀତା ଙ୍କ ଯୋଡିଦେଖିବାକୁ ମିଳିବ । ଆକ୍ସନ ଭିତ୍ତିକ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ୱୀରାଜ ପଟ୍ଟନାୟକ । ଏଥିରେ ଅନ୍ୟତମ ନାୟକ ନାୟିକା ଭାବେ ଅମ୍ଳାନ ଓ ସୁର୍ଯ୍ୟମୟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଗୀତଗୁଡିକୁ ସ୍ୱର ଦେଇଛନ୍ତି ଗୌରବ ଆନନ୍ଦ । 
    କଟକ:ଶେଷରୁ ଆରମ୍ଭ : ଅନସମିସ ପ୍ରଡକ୍ସନରେ ନିର୍ମିତ ‘କଟକ:ଶେଷରୁ ଆରମ୍ଭ’ ଫିଲ୍ମର ପ୍ରଯୋଜନା ଦେଇଛନ୍ତି ପ୍ରୀତମ ସାହୁ ଓ ନବୀନ ଭଣ୍ଡାରି ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । ଫିଲ୍ମର ମୁଖ୍ୟ ନାୟକ ଭାବେ ଦେବାଶିଷ ପାତ୍ର ଓ ନାୟିକା ଭାବେ ପୁନମ୍‌ ମିଶ୍ରଙ୍କୁ ନିଆଯାଇଛି । ଅନୁ ଚୌଧୁରୀ ଓ ଲୋକପ୍ରିୟ ଅଭିନେତା ସିର୍ଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ରହିଛନ୍ତି । କଟକର ସତ୍ୟ ଘଟଣାକୁ ଆଧାର କରି ନିର୍ମାଣ ହୋଇଛି । ଆକ୍ସନରେ ଭରପୂର ଏହି ଫିଲ୍ମ ଭଲ ପ୍ରଦର୍ଶନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି । 
    ରାମ୍‌ : ଲୋକପ୍ରିୟ ଷ୍ଟାଇଲିସ୍‌ ଷ୍ଟାର୍‌ ତଥା ରାଜନେତା ଅରିନ୍ଦମ ଦାସ ଦଶହରାରେ ‘ରାମ୍‌’ ଜରିଆରେ ଫିଲ୍ମ ଜଗତକୁ କମ୍‌ବ୍ୟାକ୍‌ କରୁଛନ୍ତି । ରନ୍‌ôା ପ୍ରଡକ୍ସନର ଏହା ଚତୁର୍ଥ ଅବଦାନ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି । ଅରିନ୍ଦମ ନାୟକ ଥିବାବେଳେ ତାଙ୍କର ନାୟିକା ସାଜିଛନ୍ତି ବଙ୍ଗୀୟ ସୁନ୍ଦରୀ ରୁପ୍‌ସା । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସାଦ ନିଜାମ ଓ ଲିଙ୍କନ୍‌ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା ।    

    Maximum 500 characters

    ସିନେମା View all

    Find Us on Facebook