Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବେଲପାହାଡ଼ ଷ୍ଟେସନରେ ରେଳରୋକ, ୧୪୪ ଧାରା ଜାରି

    Share on :
    ajab-Image
    Date: Mar 23, 2023    Views: 2646

    ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ରହଣି ଦାବିରେ ଆଜି ସକାଳୁ ରେଳରୋକ ଆନ୍ଦୋଳନ ଆରମ୍ଭ କରିଛି ବେଲପାହାଡ଼ ଲଖନପୁର ରେଳ ୟୁଜର୍ ଫୋରମ୍ । ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବିଳାଶପୁର ରେଳ ଡିଭିଜନର ହାଓଡ଼ା-ମୁମ୍ବାଇ ରେଳପଥରେ ରେଳରୋକ ଆରମ୍ଭ ହୋଇଛି। ଏଥିସହ ବେଲପାହାଡ଼ ସହରରେ ବି ବନ୍ଦ ପାଳନ କରିବାକୁ ଡାକରା ଦେଇଛି ଫୋରମ୍ ।
    ରେଳରୋକ ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ବେଲପାହାଡ଼ ରେଳ ଷ୍ଟେସନରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ସନ୍ଧ୍ୟାଠାରୁ ଝାରସୁଗୁଡ଼ା ଜିଆରପି ପକ୍ଷରୁ ୧୪୪ ଧାରା ଲାଗୁ ହୋଇଥିବା ସୂଚନା ମିଳିଛି।
    କୋଭିଡ୍ ପୂର୍ବରୁ ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ଅଟକୁଥିଲା । ତେବେ କୋଭିଡ୍ ସମୟରେ ଏହାକୁ ବାତିଲ କରାଯାଇଥିଲା । ଏବେ କୋଭିଡ୍ ପରେ ସେଗୁଡ଼ିକର ପୁନଃ ରହଣି କାର୍ୟ୍ୟକାରୀ କରାଯାଉ ନାହିଁ। ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାତାୟାତ ପାଇଁ ବେଲପାହାଡ଼ ଓ ଲଖନପୁର ତଥା ଆଖପାଖ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କ୍ଷ ଏଥିନିମନ୍ତେ ଏହି ଆନ୍ଦୋଳନ ଡାକରା ଦିଅଯାଇଥିବା ଫୋରମ କର୍ମକର୍ତ୍ତା ସୂଚନା ଦେଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook