Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୁଲ୍ ଟ୍ରାକ୍‌ରେ ଚାଲିଗଲା ମହାନନ୍ଦ ଏକ୍ସପ୍ରେସ୍, ଇଞ୍ଜିନ ସମେତ ୨ ବଗି ଲାଇନଚ୍ୟୁତ

    Share on :
    ajab-Image
    Date: Sep 6, 2026    Views: 2295

    ବିହାର: ବିହାରର ଆରା ରେଲୱେ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଭୁଲ୍ ସିଗନାଲ ଯୋଗୁଁ ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଆଲିପୁରଦ୍ୱାରରୁ ନ୍ୟୁ ଜଲପାଇଗୁଡ଼ି, କଟିହାର ଦେଇ ନୂଆଦିଲ୍ଲୀ ଯାଉଥିବା ୧୫୪୮୩ ନମ୍ବର ମହାନନ୍ଦ ଏକ୍ସପ୍ରେସ୍ ଆରା ଷ୍ଟେସନ ଛାଡ଼ିବାର କିଛି ସମୟ ପରେ ଲାଇନଚ୍ୟୁତ ହୋଇଥିଲା। ଷ୍ଟେସନଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଲେଭଲ୍ କ୍ରସିଂ ନିକଟରେ ଏହି ଘଟଣା ଘଟିଥିଲା।

    ପ୍ରାଥମିକ ସୂଚନା ଅନୁସାରେ, ଟ୍ରେନ୍‌ଟି ଦିଲ୍ଲୀ-ହାୱଡ଼ା ମୁଖ୍ୟ ଲାଇନ୍‌ରେ ଯିବାର ଥିଲା। କିନ୍ତୁ ସିଗନାଲ୍ ସାସାରାମ-ଆରା ଇଣ୍ଟରସିଟି ଲାଇନ୍ ଆଡ଼କୁ ସେଟ୍ ହୋଇଥିବା ଜଣାପଡ଼ିଛି। ଫଳରେ ଟ୍ରେନ୍‌ଟି ଭୁଲ୍ ଦିଗର ଟ୍ରାକ୍‌ରେ ପ୍ରବେଶ କରିବା ପରେ ଇଞ୍ଜିନ ସମେତ ଏହା ସହ ଲାଗିଥିବା ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନ୍‌ର ଗତି ଧୀର ଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି।

    ଘଟଣା ପରେ ରେଲୱେ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସିଗନାଲ୍‌ରେ କୌଣସି ତ୍ରୁଟି ଥିଲା କିମ୍ବା ମାନବୀୟ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି, ସେନେଇ ରେଲୱେର ଟେକ୍ନିକାଲ୍ ଟିମ୍ ଯାଞ୍ଚ କରୁଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook