ମୁଖ୍ୟ ଖବର
କଳିଙ୍ଗନଗର : ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଟ୍ରାକ୍ରୁ ଖସି ପଡ଼ିଲା ୩ ବଗି। ଯାଜପୁର କଳିଙ୍ଗନଗର ଥାନା ଅଧୀନ ଯଖପୁରା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି। ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଖସିଛି। ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍ ଯାଇଛି। ଏଥିରେ ୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳି ଯାଇଛି। ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୯ଟା ୧୦ମିନିଟରେ କଳିଙ୍ଗନଗର ଥାନା ଅଧୀନ ଯଖପୁରା ଷ୍ଟେସନ ନିକଟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚେନ୍ନାଇରୁ ଜଲପାଇଗୁଡ଼ି ଯାଉଥିବା ନ୍ୟୁ ଜଲପାଇଗୁଡ଼ି ଚେନ୍ନାଇ ସୁପର ଫାଷ୍ଟ ଏକ୍ସପ୍ରେସ ୨ନମ୍ବର ପ୍ଲଟଫର୍ମକୁ ଟ୍ରାକ ବଦଳାଇବା ବେଳେ ଲାଇନଚ୍ୟୁତ ହୋଇଛି। ଏଥିରେ ୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆରପିଏଫ ପୋଲିସ ଉଦ୍ଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ ହୋଇଛି।
ଇଞ୍ଜିନକୁ ଲାଗି ରହିଥିବା ଜେନେରେଟର ବଗି ଲାଇନଚ୍ୟୁତ ହୋଇଥିଲା। ପରେ ଥିବା ଜେନେରାଲ ବଗିର ପଛ ଚକା ଟ୍ରାକରୁ ଖସି ଯିବାରୁ ୨ଟି ଏସି ବଗି ରେଳ ଲାଇନରୁ ଖସି ଯାଇଥିଲା। ସୌଭାଗ୍ୟବଶତଃ ଏଥିରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନି। କିନ୍ତୁ ଜେନେରାଲ ବଗି ଦୁଆରେ ଛିଡ଼ା ହୋଇଥିବା ୩ଜଣ ଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିବାରୁ ସେମାନେ ଆହତ ହୋଇଛନ୍ତି। ଖବର ପାଇ ରେଲୱେ ପୁଲିସ ପହଞ୍ଚି ସେମାନଙ୍କୁ ଉଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରିଛି।
Comments ସମସ୍ତ ମତାମତ