Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ୨୫୯ ପାସେଞ୍ଜର ଟ୍ରେନ ବାତିଲ

    Share on :
    ajab-Image
    Date: Jun 22, 2022    Views: 3162

    ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ହିଂସା ଓ ପ୍ରତିବାଦ ଦେଖିବାକୁ ମିଳିଥିବାବେଳେ ଦିନକୁ ପ୍ରାୟତଃ ୪୦୦ରୁ ଉର୍ଦ୍ଧ୍ବ ଟ୍ରେନ ବାତିଲ କରାଯାଇଥିଲା । ପାଞ୍ଚ ଦିନପରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଛି । କିନ୍ତୁ ଏହାରି ଭିତରେ ବିଭିନ୍ନ କାରଣକୁ ନେଇ ଭାରତୀୟ ରେଳ ପ୍ରାଧିକରଣରେ ଟ୍ରେନ ସେବା ପ୍ରଭାବିତ ହୋଇଛି । ବୁଧବାର ମଧ୍ୟ ଅନେକ ଟ୍ରେନ ବାତିଲ, ଆଂଶିକ ବାତିଲ ଏବଂ ଟ୍ରେନର ଡାଇଭର୍ସନ କରାଯାଇଛି । ଭାରତୀୟ ରେଳ ପକ୍ଷରୁ ୨୫୯ଟି ସମ୍ପୂର୍ଣ୍ଣ ବାତିଲ ଏବଂ ୪୨ଟି ଟ୍ରେନ ଆଂଶିକ ବାତିଲ କରାଯାଇଛି ।

    ଭାରତୀୟ ରେଳ ବିଶ୍ବର ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ । ପ୍ରତିଦିନ କୋଟିକୋଟି ଯାତ୍ରୀ ଯାତ୍ରା କରନ୍ତି । କିନ୍ତୁ ବିଭିନ୍ନ କାରଣରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।ଗତ କିଛିଦିନ ହେବ ସେନା ବାହିନୀରେ ନିଯୁକ୍ତି ପ୍ରକ୍ରିୟାରେ ପ୍ରମୁଖ ପରିବର୍ତ୍ତନ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଅଗ୍ନିପଥ ଯୋଜନାକୁ ବିରୋଧ କରିୁ ଅନେକ ସ୍ଥାନରେ ହିଂସାତ୍ମକ ସ୍ଥିତି ଦେଖିବାକୁ ମିଳିଥିଲା । ଏପରିକି ବିହାର, ସିକନ୍ଦରାବାଦରେ ସେନା ଆଶାୟୀ ପ୍ରାର୍ଥୀମାନେ ଟ୍ରେନ ଜାଳି ଦେଇଥିଲେ। ଫଳରେ ୬୦୦ରୁ ଉର୍ଦ୍ଧ୍ବ ଟ୍ରେନ ବାତିଲ କରାଯାଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook