ମୁଖ୍ୟ ଖବର
ଭୁବନେଶ୍ବର : ଟ୍ରେନ୍ ଧକ୍କାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ । ମୃତକ ଜଣକ ହେଲେ ଡେଣ୍ଟିଷ୍ଟ ଡାକ୍ତର ଅମୃତ ଜେନା। କଳାରାହାଙ୍ଗ ଲେଭଲ୍ କ୍ରସିଂ ନିକଟରେ ହୋଇଛି ଅଘଟଣ।ମଞ୍ଚେଶ୍ଵର ଥାନା ଅଞ୍ଚଳରେ ରହୁଥିଲେ ଡାକ୍ତର ଅମୃତ ଜେନା ।
ଡାକ୍ତର ଜଣକ ରେଳ ଲାଇନ୍ ପାର୍ ହେଉଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏଥିସହ ଡାକ୍ତରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। କ୍ୟାପିଟାଲ୍ ହସ୍ପିଟାଲରେ ଚାଲିଛି ପୋଷ୍ଟମର୍ଟମ୍ ପ୍ରକ୍ରିୟା ହେବ ଆରମ୍ଭ। ପ୍ରାଥମିକ ତଦନ୍ତରେ ଦୁର୍ଘଟଣା ହୋଇଥିବା ପୋଲିସ ଅନୁମାନ କରୁଛି। ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି।
Comments ସମସ୍ତ ମତାମତ