Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରେନ ଦୁର୍ଘଟଣା : ହେଲ୍ପ ଲାଇନ ନମ୍ବର ଜାରି

    Share on :
    ajab-Image
    Date: Jun 3, 2023    Views: 3307

    ଭୁବନେଶ୍ୱର: ବାହାନଗାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସଂଖ୍ୟା ଏବେ ୨୬୧କୁ ବୃଦ୍ଧି ପାଇଛି ବୋଲି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ବାହାନଗାରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି। ଏଥି ସହିତ ମରାମତି କାମ ଆରମ୍ଭ ହୋଇଛି। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଟ୍ରେନ ଦୁର୍ଘଟଣା ନେଇ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

    ହାୱଡ଼ା- ୦୩୩-୨୬୩୮୨୨୧୭, ସାଲିମାର- ୯୯୦୩୩୭୦୭୪୬, ଖଡ଼ଗପୁର- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର- ୮୨୪୯୫୯୧୫୫୯,୭୯୭୮୪୧୮୩୨୨, ସାନ୍ତ୍ରାଗାଛି- ୮୧୦୯୨୮୯୪୬୦, ୮୩୪୦୬୪୯୪୬୯,ଭଦ୍ରକ- ୭୮୯୪୦୯୯୫୭୯, ୯୩୩୭୧୧୬୩୭୩, ଯାଜପୁର କେନ୍ଦୁଝର ରୋଡ଼- ୯୬୭୬୯୭୪୩୯୮, କଟକ- ୮୪୫୫୮୮୯୯୧୭, ଭୁବନେଶ୍ୱର-୦୬୭୪୨୫୩୪୦୨୭, ଖୋର୍ଦ୍ଧା ରୋଡ଼୍‌- ୬୩୭୦୧୦୮୦୪୬, ୦୬୭୪୨୪୯୨୨୪୫ । 

    ସୂଚନାଯୋଗ୍ୟ, ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୨୬୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ରୁ ଅଧିକ ଲୋକଙ୍କର ଚିକିତ୍ସା ଜାରି ରହିଛି। ବାହାନଗା ଷ୍ଟେସନରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ବି କାହାରି ମୁହଁରେ ହସ ନାହିଁ। ସମସ୍ତେ ସ୍ତବ୍ଧ ପାଲଟି ଯାଇଛନ୍ତି।

     

    Maximum 500 characters

    ତାଜା ଖବର View all

    Find Us on Facebook