Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରେଳ ଦୁର୍ଘଟଣା: ଉଦ୍ଧାର ଅଭିଯାନ ଶେଷ

    Share on :
    ajab-Image
    Date: Jun 3, 2023    Views: 3373

    ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା କଥା ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି।

    ସେ କହିଛନ୍ତି ଯେ, ଏହି ରୁଟ୍‌ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା। ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍‌ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ। ରେଳବାଇ ଦେଇଥିବା ସଦ୍ୟତମ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟ କରାଯାଇଛି। ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ରେଳବାଇ କହିବା ଅନୁସାରେ, ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ ଅନୁକମ୍ପାମୂଳକ ରାଶି ଦାବି କରିସାରିଲେଣି। ଏଥିପାଇଁ ବାଲେଶ୍ବର, ସୋରୋ ଏବଂ ବାହାନଗା ବଜାରରେ ୩ଟି କାଉଣ୍ଟର୍ ଖୋଲିଛି। ଏହି ଦୁର୍ଘଟଣାଜନିତ ଅସୁବିଧା ଯୋଗୁଁ ଏଯାବତ୍‌ ୪୮ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ବେଳେ ୩୯ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି ବୋଲି ରେଳବାଇ ବୋର୍ଡର ସୂଚନା ପ୍ରକାଶନ ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଅମିତାଭ ଶର୍ମା କହିଛନ୍ତି।

    ଟ୍ରେନ୍‌ ଦୁର୍ଘଟଣା ପରର ସ୍ଥିତି ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ବାହାରି ଆସିଥିବା କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ରେଳବାଇ ‘ସିଗ୍‌ନାଲିଙ୍ଗ୍‌ କଣ୍ଟ୍ରୋଲ୍‌ ରୁମ୍‌’ କରିଥିବା ପ୍ରାରମ୍ଭିକ ରିପ‌ୋର୍ଟ ଅନୁସାରେ, ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ୍‌ ଭୁଲ୍‌ ଟ୍ରାକ୍‌ରେ ଆସୁଥିଲା। ବାହାନଗନା ବଜାର ଆଗରୁ ଏହା ମୁଖ୍ୟ ଲାଇନ୍‌ରେ ନ ଯାଇ ‘ଲୁପ୍‌’ ଲାଇନ୍‌ରେ ଯାଉଥିଲା ବୋଲି ନାମ ଗୋପନ ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook