Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରେନ୍‌ ଦୁର୍ଘଟଣା: ଶୋକବ୍ୟକ୍ତ କଲେ କାନଡାର ପ୍ରଧାନମନ୍ତ୍ରୀ ଓ ତାଇୱାନର ରାଷ୍ଟ୍ରପତି

    Share on :
    ajab-Image
    Date: Jun 3, 2023    Views: 4961

    ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପାଇଁ କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଓ ତାଇୱାନ୍‌ର ‌ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନ୍‌ଆଜି ଶୋକବ୍ୟକ୍ତ କରିଛନ୍ତି।

    ଟୁଇଟ୍‌ କରି କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଲେଖିଛନ୍ତି: ଭାରତର ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ଫଟୋ ଓ ରିପୋର୍ଟ ମତେ ବ୍ୟଥିତ କରିଛି। ପ୍ରିୟତମମାନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ଅନ୍ତରତମ ସମବେଦନା। ଆହତମାନଙ୍କ କଥା ବି ମୁଁ ଚିନ୍ତା କରୁଛି। ଏହି ଅସୁବିଧା ସମୟରେ କାନଡାବାସୀ ଭାରତବାସୀଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

    ଟୁଇଟ୍‌ କରି ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି: ଆଜି ଓଡ଼ିଶାରେ ଟ୍ରେନ୍‌ ଦୁର୍ଘଟଣାଜନିତ ବହୁଯାତ୍ରୀଙ୍କ ଜୀବନହାନି ଯୋଗୁଁ ମୁଁ ମର୍ମାହତ। ଏହି ଦୁଃଖଦାୟକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସରକାର ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।

    ସେହିପରି, ଶୋକବ୍ୟକ୍ତ କରି ତାଇୱାନ୍‌ର ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନ୍‌ ଟୁଇଟ୍‌ ‌କରି ଲେଖିଛନ୍ତି: ଭାରତରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆଶା କରୁଛି ଉଦ୍ଧାର ଅଭିଯାନ ସମସ୍ତଙ୍କର ଆବଶ୍ୟକତା ପୂରଣ କରିବ। ସଦ୍ୟତମ ସୂଚନା ଅନୁସାରେ, ବାଲେଶ୍ବରର ବାହାନଗା ଗ୍ରାମ ନିକଟରେ ଘଟିଥିବା ଏହି ରେଳ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଥିବା କଥା ଓଡ଼ିଶା ଅଗ୍ନିଶମ ବିଭାଗ ‘ଡିଜିପି’ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

    ଏହି ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ଲୋକେ ପହଞ୍ଚୁଛନ୍ତି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ସେହିପରି, ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା ପାଇଁ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଦିନିକିଆ ସରକାରୀ ଶୋକ ପାଳନ ଘୋଷଣା କରିଛନ୍ତି। ସେଥିପାଇଁ ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧିଙ୍କ ଜନ୍ମଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ବାତିଲ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କାଲାଇଗ୍‌ନାର୍‌ ପ୍ରତିମୂର୍ତ୍ତି ଏବଂ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ବାକି ସବୁ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook