Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    Share on :
    ajab-Image
    Date: Aug 2, 2026    Views: 3250

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ହୃତପିଣ୍ଡକୁ ଶୁକ୍ରବାର ଦିନ ସୁରଟରୁ ଅହମଦାବାଦ ଅଣାଯାଇଥିଲା । ଯାହାଫଳରେ ଡାକ୍ତର ମାନେ ଗୁରୁତ୍ୱପୂର୍ଣ୍ଣ ସମୟ ସୀମା ମଧ୍ୟରେ ଜୀବନ ରକ୍ଷାକାରୀ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରିପାରିଥିଲେ।
    ଟ୍ରେନ ନମ୍ବର ୨୦୯୦୧, ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧୀନଗର କ୍ୟାପିଟାଲ ବନ୍ଦେ ଭାରତ ଏକ୍ସପ୍ରେସ ଯୋଗେ ଏହି ଦାତାଙ୍କ ହୃତପିଣ୍ଡ ପରିବହନ କରାଯାଇଥିଲା। ପ୍ରତିରୋପଣ ପାଇଁ ଉଦ୍ଦିଷ୍ଟ ହୃତପିଣ୍ଡ କିଛି ଘଣ୍ଟା ମଧ୍ୟରେ ଗ୍ରହୀତାଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ହୋଇଥିବାରୁ ଦ୍ରୁତ ଏବଂ ନିରବଚ୍ଛିନ୍ନ ପରିବହନ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ଥିଲା। ଟ୍ରେନ ଅହମଦାବାଦ ରେଳ ଷ୍ଟେସନରେ ପହଞ୍ଚିବା ପରେ ପ୍ଲାଟଫର୍ମ ନମ୍ବର ୧ ରୁ ମେହେଟ୍ଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର 'ଗ୍ରୀନ୍ କରିଡର' ନିର୍ମାଣ କରାଯାଇଥିଲା। ରେଳବାଇ ସୁରକ୍ଷା ବଳ, ଗୁଜରାଟ ପୋଲିସ ଏବଂ ମେଡିକାଲ ଟିମ୍ ମିଳିତ ଭାବେ ଏହି ଅପରେସନର ସମନ୍ୱୟ ରକ୍ଷା କରିଥିଲେ । ଯାହାଫଳରେ ଅଙ୍ଗ ନେଇ ଯାଉଥିବା ଆମ୍ବୁଲାନ୍ସ କୌଣସି ଟ୍ରାଫିକ ସମସ୍ୟା ବିନା ଡାକ୍ତରଖାନାରେ ପହଞ୍ଚି ପାରିଥିଲା।ଡାକ୍ତର, ଅଙ୍ଗ ପ୍ରତିରୋପଣ ସଂଯୋଜକ, ରେଳ ଅଧିକାରୀ, ଆରପିଏଫ ଏବଂ ଗୁଜରାଟ ପୋଲିସ ମଧ୍ୟରେ ସୁଦୃଢ଼ ସମନ୍ୱୟ ଯୋଗୁଁ ଗ୍ରହୀତାଙ୍କ ଜୀବନ ରକ୍ଷା କରିବା ପାଇଁ ଏହି ସଫଳ ଅଭିଯାନ ସମ୍ଭବ ହୋଇପାରିଥିଲା। ଅହମଦାବାଦ ଡିଭିଜନାଲ ରେଲୱେ ମ୍ୟାନେଜର ବେଦ ପ୍ରକାଶ ଏହି ଅପରେସନକୁ ଭାରତୀୟ ରେଳବାଇ ପାଇଁ ଏକ ଗର୍ବର ମୂହୁର୍ତ୍ତ ବୋଲି ଅଭିହିତ କରିଛନ୍ତି।

    ସେ କହିଛନ୍ତି ଯେ ‘‘ଅଙ୍ଗ ପ୍ରତିରୋପଣ ଅଭିଯାନରେ ପ୍ରତିଟି ମିନିଟ ଗୁରୁତ୍ୱପୂର୍ଣ୍ଣ ଏବଂ ବନ୍ଦେ ଭାରତ ଏକ୍ସପ୍ରେସର ଦ୍ରୁତ ଗତି, ସମୟାନୁବର୍ତ୍ତିତା ତଥା ବିଶ୍ୱସନୀୟତା ଦାତାଙ୍କ ହୃତପିଣ୍ଡକୁ ସଫଳତାର ସହ ପରିବହନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି’’। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ରେଳବାଇ ଦକ୍ଷ ଏବଂ ମାନବୀୟ ସେବା ମାଧ୍ୟମରେ ଜୀବନ ରକ୍ଷାକାରୀ ପଦକ୍ଷେପକୁ ସମର୍ଥନ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ। ଏହି ଅପରେସନ ପ୍ରମାଣିତ କରିଛି ଯେ ହାଇ-ସ୍ପିଡ୍ ଟ୍ରେନଗୁଡ଼ିକ କେବଳ ଯାତ୍ରୀ ପରିବହନରେ ନୁହେଁ ବରଂ ଚିକିତ୍ସା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

    ରେଳ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ଅଭିଯାନର ସଫଳତା ସମଗ୍ର ଦେଶରେ ଅଙ୍ଗ ପ୍ରତିରୋପଣ ପାଇଁ ରେଳ ନେଟୱାର୍କର ବ୍ୟାପକ ବ୍ୟବହାର ଲାଗି ପଥ ପରିଷ୍କାର କରିପାରେ । ବିଶେଷ କରି ସଡ଼କ ବା ବିମାନ ପରିବହନ ଅଧିକ ସହଜସାଧ୍ୟ ହୋଇନଥାଏ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook