Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

    Share on :
    ajab-Image
    Date: Jul 1, 2026    Views: 3158

    ନର୍ଲା: ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ନର୍ଲା ସ୍ୱାଭିମାନ ମଞ୍ଚର ଆହ୍ୱାନରେ ଆଜି ସକାଳୁ ଆରମ୍ଭ ହୋଇଛି ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ଏହି ରୁଟରେ ଚାଲୁଥିବା ଟ୍ରେନର ରହଣି ଦାବୀ କରି ଆନ୍ଦୋଳନ । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ରେଳ ଧାରଣାରେ ବସି ପ୍ରତିବାଦ କରୁଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ କେସିଙ୍ଗା SDPO ଙ୍କ ନେତୃତ୍ୱରେ ପୋଲିସ ଟିମ, ସମ୍ବଲପୁର ଏବଂ ଟିଟିଲାଗଡ଼ ର ବରିଷ୍ଠ ରେଳ ଅଧିକାରୀ ମାନେ ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରୁଛନ୍ତି । ତେବେ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।ଏହି ଆନ୍ଦୋଳନ ଯୋଗୁଁ ସମ୍ପୃକ୍ତ ରେଳପଥରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ଟ୍ରେନ୍‌ର ସମୟସୂଚୀ ପ୍ରଭାବିତ ହୋଇପାରେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook