Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହୋଲି ପାଇଁ ଚାଲିବ ୧୩୨ଟି ସ୍ବତନ୍ତ୍ର ଟ୍ରେନ୍‌

    Share on :
    ajab-Image
    Date: Mar 1, 2026    Views: 2494

    ଭୁବନେଶ୍ୱର: ଆସନ୍ତା ହୋଲି ପର୍ବ ସମୟରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଅନୁଭବ ପ୍ରଦାନ ପାଇଁ ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ରେଳ ଚଳାଇବା ପାଇଁ ଘୋଷଣା କରିଛି। ଏହାସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆରମ୍ଭ ହେଉଥିବା ଅନ୍ୟ ୧୫୦ଟି ହୋଲି ସ୍ୱତନ୍ତ୍ର ରେଳ ପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନସ୍ଥ ବିଭିନ୍ନ ଷ୍ଟେସନଗୁଡ଼ିକରେ ରହଣି କରିବ। ପ୍ରତିବର୍ଷ ହୋଲି ସମୟରେ ଯାତ୍ରୀଙ୍କ ଗତିବିଧି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ରେଳ ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ଶେଷ ପର୍ୟ୍ୟନ୍ତ ଅଧିକ ଚାହିଦା ଥିବା ମାର୍ଗରେ ପରିଚାଳିତ ହେଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook