ମୁଖ୍ୟ ଖବର
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି । ତେହରି ହାଇଡ୍ରୋ ବିକାଶ ନିଗମ (ଞଐଊଉ)ର ନିର୍ମାଣାଧୀନ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଦୁର୍ଘଟଣା ଘଟିଛି । ପିପଲକୋଟୀ ଅଞ୍ଚଳରେ ଥିବା ବିଷ୍ଣୁଗଡ-ପିପଲକୋଟୀ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ୪.୫ କିଲୋମିଟର ସୁଡ଼ଙ୍ଗ ଭିତରେ ଦୁଇଟି ଲୋକୋମୋଟିଭ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୬୦ ଜଣ ଶ୍ରମିକ ଆହତ ହୋଇଛନ୍ତି ।
ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ସିଫ୍ଟ ପରିବର୍ତ୍ତନ ସମୟରେ ଦୁର୍ଘଟଣା ଘଟିଛି । ସିଫ୍ଟ ସରିବା ପରେ ଶ୍ରମିକମାନଙ୍କୁ ନେଇ ଏକ ଲୋକୋ ଟ୍ରେନ୍ ବାହାରକୁ ଯାଉଥିଲା । ଟ୍ରେନଟି ସୁଡ଼ଙ୍ଗରେ ଠିଆ ହୋଇଥିବା ଅନ୍ୟ ଏକ ଲୋକୋ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । ସମଗ୍ର ପ୍ରକଳ୍ପ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ।
ଗୋଟିଏ ଟ୍ରାକ୍ରେ ଥିଲା ୨ଟି ଟ୍ରେନ୍- ଦୁର୍ଘଟଣାରେ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ରିପୋର୍ଟ ଅନୁଯାୟୀ, ୪୨ ଜଣ ଆହତଙ୍କୁ ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ପ୍ରାୟ ୧୭ ଜଣଙ୍କୁ ପିପଲକୋଟୀର ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଲୋକୋ ଟ୍ରେନ୍ ସମାନ ଟ୍ରାକରେ ଠିଆ ହୋଇଥିବା ଅନ୍ୟ ଏକ ଲୋକୋ ଟ୍ରେନ୍ ସହିତ ଧକ୍କା ଦେଇଥିଲା, ଯାହା ଫଳରେ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ଚାମୋଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଗୌରବ କୁମାର ଏବଂ ପୁଲିସ ଅଧୀକ୍ଷକ (ଏସପି) ସୁରଜିତ ସିଂହ ପନୱାର ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।
Comments ସମସ୍ତ ମତାମତ