Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରେନ ମାଡ଼ିଯିବାରୁ ୩ ମୃତ

    Share on :
    ajab-Image
    Date: Dec 20, 2025    Views: 2570

    ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ନାଦିଆରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରେନ । ଟ୍ରେନ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଆହତ ହୋଇଛନ୍ତି । ନାଦିଆ ଜିଲ୍ଲା ସ୍ଥିତ ତାହେରପୁରରେ ଘଟିଛି ଏ ଦୁର୍ଘଟଣା । ରେଳ ଟ୍ରାକ ନିକଟରେ ଶୌଚବେଳେ ଟ୍ରେନ ମାଡି ଯାଇଥିଲା । ସକାଳେ ତାହେରପୁର ଷ୍ଟେସନ ସଂଲଗ୍ନ ଅଞ୍ଚଳରେ କିଛି ଲୋକ ରେଳ ଟ୍ରାକ ପାଖରେ ଜଳଖିଆ କରୁଥିଲେ। ସେହି ସମୟରେ ଆସୁଥିବା ଏକ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା। ଆହତଙ୍କୁ ଶକ୍ତିନଗର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଆହତ ଏବଂ ମୃତକଙ୍କ ଘର ମୁର୍ଶିଦାବାଦ ଜିଲ୍ଲାର ବରାଜ ବିଧାନସଭା ଅଞ୍ଚଳରେ ବୋଲି ଜଣାପଡିଛି । ଆଜି ତାହିରପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ଲୋକ। ଅସାବଧାନତାରୁ ଲୋକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ କୃଷ୍ଣନଗର ଜିଆରପିକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook