ମୁଖ୍ୟ ଖବର
ମୁମ୍ବାଇ : ମହାରାଷ୍ଟ୍ରର ଠାଣେରେ ସୋମବାର ସକାଳେ ଏକ ବଡ ଅଘଟଣ ଘଟିଛି। ଠାଣେର ମୁମ୍ବ୍ରା ରେଲୱେ ଷ୍ଟେସନରେ ସିଏସଏମଟି ଅଭିମୁଖେ ଯାଉଥିବା ଲୋକାଲ୍ ଟ୍ରେନ୍ରୁ ଅନେକ ଯାତ୍ରୀ ଧାରଣାକୁ ଖସି ପଡି ଏଯାଏଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ରେଲୱେ ଓ ଜିଆରପିର ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନାନୁସାରେ ୧୦ ରୁ ୧୨ ଯାତ୍ରୀ ଟ୍ରେନ୍ରୁ ଖସି ପଡିଛନ୍ତି । ଟ୍ରେନ୍ରେ ଅତ୍ୟଧିକ ଭିଡ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉଦ୍ଧାରକାରୀ ଦଳ, ପୁଲିସ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।
Comments ସମସ୍ତ ମତାମତ