Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୫୯୫ରୁ ଅଧିକ ଟ୍ରେନ ବାତିଲ

    Share on :
    ajab-Image
    Date: Jun 21, 2022    Views: 4292

    ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନେ୍ଦାଳନ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ରେଲୱେ ପକ୍ଷରୁ ୫୯୫ରୁ ଅଧିକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଆନେ୍ଦାଳନକୁ ଦୃଷ୍ଟିରେ ରଖି ୨୦୮ ମେଲ/ଏକ୍ସପ୍ରେସ ଏବଂ ୩୭୯ ପାସେଞ୍ଚର ଟ୍ରେନକୁ ବାତିଲ କରାଯାଇଛି । ଏଥିସହିତ ୪ ଏକ୍ସପ୍ରେସ ଓ ୬ଟି ପାସେଞ୍ଜର ଟ୍ରେନକୁ ଆଂଶିକ ରୂପେ ବାତିଲ କରାଯାଇଛି । କୌଣସି ଟ୍ରେନର ଦିଗ କରିବର୍ତ୍ତନ କରାଯାଇ ନାହିଁ । ଆନେ୍ଦାଳନ ଯୋଗୁଁ ଗତକାଲି ୪୯୧ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook