Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ମାଲଗାଡ଼ିକୁ ବାଧାଦେଲେ ପାସେଞ୍ଜର ବିଳମ୍ବ ହେବ’

    Share on :
    ajab-Image
    Date: Aug 1, 2020    Views: 3427

    ଭୁବନେଶ୍ୱର: ହରିଦାଶପୁର-ପାରାଦୀପ ଟ୍ରାକରେ ମାଲଗାଡ଼ିକୁ ବାଧାଦେଲେ ପାସେଞ୍ଜର ଟ୍ରେନ ଚଳାଚଳରେ  ବିଳମ୍ବ ହେବ ବୋଲି ଶନିବାର ରେଳବାଇ ପକ୍ଷରୁ  କୁହାଯାଇଛି । ଏଥିସହ ଟ୍ରାଏଲ ରନରେ ବାଧା ନଦେବାକୁ  ରେଳବାଇ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ନିୟମିତ ଟ୍ରେନ ଚଳାଚଳ ପାଇଁ ମାଲବାହୀ ଟ୍ରେନର ଟ୍ରାଏଲ ଆବଶ୍ୟକ । ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଅତ୍ୟାବଶ୍ୟକ ନିରାପତ୍ତା କାର୍ଯ୍ୟ ଜରୁରୀ । ସୁରୁଖୁରରେ ଟ୍ରେନ ଚଳାଚଳ ପାଇଁ  ବାଧା ସୃଷ୍ଟି ନକରିବାକୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଛି ।  ମାଲବାହୀ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି କଲେ ଯାତ୍ରୀବାହୀ ବିଳମ୍ବ ହେବ ବୋଲି  ରେଳବାଇ ପକ୍ଷରୁ କୁହାଯାଇଛି । 

    ନବନିର୍ମିତ ହରିଦାସପୁର-ପାରାଦ୍ବୀପ ରେଳପଥରେ ଶୁକ୍ରବାର ପ୍ରଥମ ଥର ପାଇଁ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରିଥିଲା।
    ପାରାଦ୍ୱୀପ ବନ୍ଦରରୁ କୋଇଲା ବୋଝେଇ ଟ୍ରେନ ଶୁକ୍ରବାର ପୂର୍ବାହ୍ଣ ୧୧.୧୫ରେ ହରିଦାସପୁର ଅଭିମୁଖେ ଛାଡ଼ିଥିଲା। ତେବେ ଏହି ରେଳପଥରେ ପାସେଞ୍ଜର ଟ୍ରେନ୍‌ ଦାବିରେ ପ୍ରାୟ ଦିନ ୧୧.୪୦ ବେଳକୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ବ୍ଲକ ନୂଆଗାଁ ପ୍ଲାଟ ଫର୍ମରେ ସ୍ଥାନୀୟ ଲୋକେ ରେଳଗାଡିକୁ ଅଟକାଇ ଥିଲେ। ଯାତ୍ରୀବାହୀ ଟ୍ରେନ ନ ଚାଲିଲେ କେନ୍ଦ୍ରାପଡ଼ା ଛାତିରେ ଖାଲି ମାଲବାହୀ ଟ୍ରେନ ଚାଲିବନି ବୋଲି ସେମାନେ ଦାବି କରିଥିଲେ। ପ୍ରାୟ ୮୨ କିଲୋମିଟର ଦୀର୍ଘ ଏହି ରେଳପଥରେ ମାଲ୍‌ ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି। ପାରାଦ୍ୱୀପ ବନ୍ଦର ବାଟେ ଭାରତରୁ ବିଦେଶକୁ ଖଣିଜ ପଦାର୍ଥ ରପ୍ତାନି ହେବ ଓ ବିଦେଶରୁ ଉନ୍ନତ ମାନର କୋଇଲା, ଚିନି, ଗହମ ଓ ଅନ୍ୟାନ୍ୟ ପଦାର୍ଥ ଆମଦାନୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

    ଆନ୍ଦୋଳନକରୀ ଅଭିଯୋଗ କରିଥିଲେ ଯେ ରେଳସେବାରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲାବାସୀ ହଜାର ହଜାର ଏକର ମୂଲ୍ୟବାନ ଜମି ହରାଇ ଆଶା କରିଥିଲେ କି ରେଳଗାଡ଼ି ଚାଲିଲେ କୃଷିପ୍ରଧାନ ଜିଲା କେନ୍ଦ୍ରାପଡ଼ାର କୃଷକଟିଏ ତା’ର ଜମିରୁ ଉତ୍ପାଦିତ ପନିପରିବା ନେଇ ବାହାର ସହରରେ ବ୍ୟବସାୟ କରିବ। ମାଲ୍‌ବାହୀ ରେଳ ଚାଲିବା ଯୋଗୁଁ ଏବେ ଏହି ଆଶା ମିଳେଇ ଯାଇଛି। ରେଳଗାଡ଼ି ଚଳେଇ ଦେଇ ସରକାର କେନ୍ଦ୍ରାପଡ଼ା ଜିଲାକୁ ଏକ ରେଳ ନ ଥିବା ଜିଲା ମାନଚିତ୍ରରୁ ହଟାଇ ଦେଇଛନ୍ତି ସିନା; ନିଜ ଜିଲାରୁ ରେଳରେ ଚଢ଼ି ଅନ୍ୟତ୍ର ଯିବା ସ୍ବପ୍ନ ପୂରଣ କରିବାରେ ବିଫଳ ହୋଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook