Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା

    Share on :
    ajab-Image
    Date: Jul 15, 2026    Views: 2669

    ପୁରୀ: ଚଳିତବର୍ଷ ରଥଯାତ୍ରା ସମୟରେ ଯାନବାହନ ଚଳାଚଳ ପାଇଁ ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ପୁରୀକୁ ସଂଯୋଗ କରୁଥିବା ତିନିଟି ପ୍ରବେଶ ପଥ ଦେଇ ଆସୁଥିବା ଯାନବାହନଗୁଡ଼ିକ କେଉଁ ରାସ୍ତା ଦେଇ ଆସିବେ। କେଉଁଠାରେ ଗାଡ଼ି ପାର୍କିଂ କରିବେ। କେଉଁ ରାସ୍ତା ଦେଇ ପୁଣି ଫେରିବେ। ଏହି ସମସ୍ତ ବ୍ୟବସ୍ଥା ପାଇଁ ପୁଲିସ ପକ୍ଷରୁ ଶୃଙ୍ଖଳିତ ଯୋଜନା କରାଯାଇଛି।


    ଦୁଇଚକିଆ ଯାନ
    ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ଛକଠାରୁ ମଶାଣୀଚଣ୍ଡି ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭ ପାର୍କିଂଠାରେ ର‌ଖିବେ। ଜଗନ୍ନାଥବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇ ଚକିଆ ଯାନ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡ଼ିଆଠାରେ ରଖିବେ। ମାଟିତୋଟା ଖେଳପଡ଼ିଆ ପୂର୍ଣ୍ଣ ହୋଇଯିବା ପରେ ଦୁଇ ଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍‌ ପଡ଼ିଆଠାରେ ରଖିବେ। ଜଗନ୍ନାଥବଲ୍ଲଭଠାରେ ରଖିଥିବା ଯାନଗୁଡ଼ିକ ନରେନ୍ଦ୍ରକୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପାଇଁ ଫେରିପାରିବେ। ଭୁବନେଶ୍ବର ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ, ‌ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭଠାରେ ନିଜ ନିଜର ଯାନଗୁଡ଼ିକୁ ରଖିବେ। ଜଗନ୍ନାଥ ବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନଗୁଡ଼ିକ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡ଼ିଆ ଠାରେ ରଖିବେ। ମାଟିତୋଟା ଖେଳ ପଡ଼ିଆ ପୂର୍ଣ୍ଣ ହୋଇଯିବା ପରେ ଦୁଇ ଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍‌, ପଡ଼ିଆଠାରେ ରଖିବେ। ଜଗନ୍ନାଥବଲ୍ଲଭଠାରେ ରଖିଥିବା ଯାନଗୁଡ଼ିକ ନରେନ୍ଦ୍ରକୋଣ, ଜଟିଆବାବାଜୀ ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ ଛକ ଦେଇ ଭୁବନେଶ୍ବରକୁ ଫେରିପାରିବେ। ସେହିପରି କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ବାଇଦାସ ନଗର ଛକ, ଗ୍ରିଡ୍‌ ଷ୍ଟେସନ ଛକ, ପେଣ୍ଠକଟା ଛକ, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। 

    ହାଲୁକା ଯାନ
    ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ଗିରଳ ଛକ-ମଙ୍ଗଳାଘାଟ ବ୍ରିଜ୍‌ ଦେଇ ସମଙ୍ଗ ପାର୍କିଂରେ ରହିବେ। ‌ଫେରିବା ସମୟରେ ମଙ୍ଗଳାଘାଟ ବ୍ରିଜ୍‌ ଓ ଗିରଳ ଛକ ଦେଇ ବ୍ରହ୍ମଗିରିକୁ ଫେରିବେ। ସେହିପରି ଭୁବନେଶ୍ବର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ମାଳତୀପାଟପୁର ବ୍ରିଜ୍‌, ବାଇଦାସ ନଗର ଛକ, ଗ୍ରିଡ୍‌ଷ୍ଟେସନ ଛକ ଦେଇ ତାଳବଣିଆ ପଟେ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ଭୂଦାନ ପାର୍କିଂ, ଓଏଲ୍‌ଏ ଗେଷ୍ଟ ହାଉସ୍‌, ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇନ୍‌ଡୋର୍‌ ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ ଓ ସ୍ବଚ୍ଛ ମାଛ ବଜାରଠାରେ କ୍ରମାନ୍ବୟରେ ନିଜ ନିଜର ଯାନଗୁଡ଼ିକ ରଖିବେ। ପୁଣି ସେଠାରୁ ପିକେଆର୍‌ଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରିଡ୍‌ଷ୍ଟେସନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକଠାରୁ ଭୁବନେଶ୍ବରକୁ ଫେରିପାରିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡ଼ିକ ବାଇଦାସ ନଗର ଛକ, ଗ୍ରିଡ୍‌ଷ୍ଟେସନ ଛକ ଦେଇ ତାଳବଣିଆ ପଟେ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇଣ୍ଡୋର ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ ଓ ସ୍ବଚ୍ଛ ମାଛ ବଜାରଠାରେ କ୍ରମାନ୍ବୟରେ ଯାନଗୁଡ଼ିକ ରଖିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।

    ନିୟମିତ ଯାତ୍ରୀବାହୀ ସେବା
    ବ୍ରହ୍ମଗିରି ପଟୁ ଆସୁଥିବା ନିୟମିତ ବସ୍‌ ବ୍ରହ୍ମଗିରି-ଗିରଳ ଛକ-ମଙ୍ଗଳାଘାଟ ବ୍ରିଜ୍‌-ସମଙ୍ଗ ପାର୍କିଂ ମାର୍ଗରେ ଚଳାଚଳ କରିବ। ସମଙ୍ଗ ପାର୍କିଂରୁ ମଙ୍ଗଳାଘାଟ ବ୍ରିଜ୍‌ ଓ ଗିରିଳ ଛକ ଦେଇ ବ୍ରହ୍ମଗିରିକୁ ଫେରିବ। ଭୁବନେଶ୍ବର ପଟୁ ଆସୁଥିବା ନିୟମିତ ବସ୍‌ ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଓଭରବ୍ରିଜ୍‌ ଦେଇ ବାଇଦାସ ନଗର-ଗ୍ରିଡ୍‌ ଷ୍ଟେସନ-ଭୂଦାନ ଛକ-ଇଣ୍ଡୋର ଷ୍ଟାଡିୟମ-ତାଳବଣିଆ ବସ୍‌ଷ୍ଟାଣ୍ଡ ମାର୍ଗରେ ଚଳାଚଳ କରିବ। ଫେରିବା ସମୟରେ ତାଳବଣିଆ ବସ୍‌ଷ୍ଟାଣ୍ଡରୁ ବାହାରି ସେଣ୍ଟ୍ରାଲ ସ୍କୁଲ ଛକ, ଭୂଦାନ ଛକ, ଗ୍ରିଡ୍‌ ଷ୍ଟେସନ ଛକ, ବାଇଦାସ ନଗର, ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡ଼ା-ପିପିଲି ଓଭରବ୍ରିଜ୍‌ ଦେଇ ଫେରିବେ। ଏପଟେ ତାଳବଣିଆ ପାର୍କିଂସ୍ଥଳଗୁଡ଼ଇକ ପୂର୍ଣ୍ଣ ହୋଇଗଲେ, ବସ୍‌ଗୁଡ଼ିକ ଭୂଦାନ ଛକ ନିକଟରେ ଯାତ୍ରୀଙ୍କୁ ଓହ୍ଲାଇଦେବେ ଏବଂ ସ୍ବାମୀ ନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ। ଫେରନ୍ତା ମାର୍ଗ ସ୍ବାମୀ ନାରାୟଣ ମନ୍ଦିର, ଭୂଦାନ ଛକ, ଗ୍ରୀଡ୍‌ ଷ୍ଟେସନ, ବାଇଦାସ ନଗର, ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡ଼ା ଦେଇ ପିପିଲି ଓଭରବ୍ରିଜ୍‌ ଦେଇ ଫେରିବେ। କୋଣାର୍କ ପଟୁ ଆସୁଥିବା ନିୟମିତ ବସ୍‌ ଚନ୍ଦ୍ରଭାଗା, ରାମଚଣ୍ଡି, ବାଲିଘାଇ, ବାଇଦାସ ନଗର, ଗ୍ରୀଡ୍‌ଷ୍ଟେସନ, ଭୂଦାନ ଛକ, ଇଣ୍ଡୋର ଷ୍ଟାଡିୟମ ଛକ, ତାଳବଣିଆ ବସ୍‌ଷ୍ଟାଣ୍ଡ ମାର୍ଗରେ ଚଳାଚଳ କରିବ। ତାଳବଣିଆ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଗଲେ ବସ୍‌ଗୁଡ଼ିକ ଭୂଦାନ ଛକ ନିକଟରେ ଯାତ୍ରୀମାନଙ୍କୁ ଓହ୍ଲାଇ ସ୍ବାମୀ ନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ। ଏହି ବସ୍‌ଗୁଡ଼ିକ ତାଳବଣିଆ ବସ୍‌ଷ୍ଟାଣ୍ଡରୁ ସେଣ୍ଟ୍ରାଲ୍‌ ସ୍କୁଲ, ଭୂଦାନ ଛକ, ଗ୍ରୀଡ୍‌ଷ୍ଟେସନ ଦେଇ ବାଲିଘାଇ ପଟେ ଫେରିବେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook