Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟଏଟ୍ରେନରେ ଶିଶୁଙ୍କ ପାଇଁ ଫ୍ରି ଟିକେଟ

    Share on :
    ajab-Image
    Date: Oct 14, 2021    Views: 3458

    ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଠାରୁ ଟୟଟ୍ରେନ (ଶିଶୁ ରେଳଗାଡ଼ି) ଚାଲିବା ପାଇଁ ସୂଚନା ମିଳିଛି । ଦୀର୍ଘ ୭ ବର୍ଷ ପରେ ଟୟଟ୍ରେନ ରେଳ ଲାଇନରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଛି । ଚଳିତ ମାସ ୮ ତାରିଖ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଟୟ ଟ୍ରେନ ଲୋକାର୍ପିତ କରିଥିଲେ । ଟିକେଟ ମୂଲ୍ୟ ନିର୍ଦ୍ଧାରଣ ହୋଇପାରିନଥିବାରୁ ଟୟ ଟ୍ରେନକୁ ବନ୍ଦ ରଖାଯାଇଥିଲା । ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟିକେଟର ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଟୟ ଟ୍ରେନରେ ଶିଶୁ (ଜନ୍ମରୁ ୩ ବର୍ଷ)ଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ୩ ବର୍ଷରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ୩୦ ଟଙ୍କା ଓ ୧୨ ବର୍ଷରୁ ଊଦ୍ଧ୍ୱର୍ ବୟସର ପର୍ଯ୍ୟଟକଙ୍କ ପାଇଁ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସକାଳ ସାଢେ଼ ୯ଟାରେ ଆରମ୍ଭ ହୋଇ ଅପରାହ୍ନ ସାଢେ଼ ୪ଟା ପର୍ଯ୍ୟନ୍ତ ଟ୍ରେନ ଚାଲିବ । କେବଳ ମଧ୍ୟାହ୍ନ ୧ ଟାରୁ ୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଟ୍ରେନ ରଖାଯାଇଛି । ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ଟ୍ରେନ ଚାଲିବ । ବର୍ତ୍ତମାନ ତିନୋଟି ବଗିରେ ୫୨ ଜଣ (ଦୁଇ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମିଶାଇ) ପର୍ଯ୍ୟଟକ ବୁଲି ପାରିବେ ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook