Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚାଲନ୍ତୁ ବୁଲିଯିବା ହଦଗଡ଼ ଡ଼୍ୟାମ୍

    Share on :
    ajab-Image
    Date: Nov 25, 2021    Views: 3175


    ଭୁବନେଶ୍ୱର: ଓଡ଼ିଶା ହେଉଛି ଏକ ପ୍ରାକୃତିକ ସ୍ଥଳୀର ଗନ୍ତାଘର, ଏହି ଗନ୍ତାଘର ଭିତରେ ଏମିତି କିଛି ପର୍ଯ୍ୟଟନ ସ୍ଥଳୀ ଅଛି ଯେଉଁସ୍ଥାନର ସୌନ୍ଦଯ୍ୟ ଆପଣଙ୍କୁ ବାନ୍ଧି ରଖିଛି । ବୁଲିବାକୁ ଭଲପାଉଥିବା ଲୋକ ଓଡ଼ିଶା ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ମନ ଜିତିବା ଭଳି ସ୍ଥାନ ହେଉଛି, କେନ୍ଦୁଝର ଜିଲ୍ଲାରେ ଥିବା ହଦଗଡ଼ ଡ୍ୟାମ ।
    ଯଦି ଯାଇ ନାହାନ୍ତି, ନିଶ୍ଚିନ୍ତ ଯାଆନ୍ତୁ  ।

    କାହିଁକି ନାଁ, ଏଠାକୁ ଥରେ ଆସିଲେ ବାରମ୍ବାର ଯିବାକୁ ମନେ ହେବ,ଏହା ଏକ ଏପରି ମନୋରମ ସ୍ଥାନ । ସେଠାକାର ପ୍ରାକୃତିକ ପରିବେଶରେ ସତେ ଯେପରି ନିଜକୁ ହଜାଇ ଦେବେ । 

    କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ହଦଗଡ଼ ଡ଼୍ୟାମ୍ । ଡ଼୍ୟାମ ଏବଂ ଏହାର ଚର୍ତୁପାଶ୍ୱ ଦେଖିବାକୁ ବେଶ ମନୋରମ । ଦୁଇଟି ପାହାଡ଼ ମଝିରେ ୧୯୭୮ରେ ନିର୍ମାଣ କରାଯାଇଥିଲା ଏହି ଡ଼୍ୟାମ୍ । ଏହାର ଚାରିପାଖରେ ପାହାଡ଼,ସବୁଜ ଗଛଲତାରେ ପରିପୂର୍ଣ୍ଣ । ଏହାର ମଝିରେ ବହି ଯାଇଛି ଶାଳନ୍ଦି ନଦୀ । ଏହାର କୁଳୁକୁଳୁ ନାଦ ଏବଂ ବହୁଥିବା ସୁଲୁସୁଲିଆ ପବନ, ଅଶାନ୍ତ ମନକୁ ଯେପରି ଶାନ୍ତ କରିଦିଏ । ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଦିଏ । ଏଠାକୁ ବୁଲିଯିବା ସହିତ ସେଠାରେ ଭୋଜି ମଧ୍ୟ କରିବାର ସୁବିଧା ରହିଛି । ବର୍ଷର ଯେକୌଣସି ସମୟରେ ଆପଣ ଏଠାକୁ ବୁଲିବାକୁ ଆସିପାରିବେ । 

    କେମିତି ଯିବେ: 

    ଭୁବନେଶ୍ୱର ରୁ ବସ ଯୋଗେ ଭଦ୍ରକ ଯାଇ, ସେଠାରୁ କୌଣସି ଟ୍ୟାକ୍ସି ଯୋଗେ ସହଜରେ ହଦଗଡ଼ ଡ୍ୟାମ ଯାଇ ପାରିବେ । ସେହିପରି କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବସ ଯୋଗେ ଭଦ୍ରକ ଯାଇ ସେଠାରୁ ଟ୍ୟାକ୍ସି ସାହାଯ୍ୟରେ ହାଇ ବାରିବେ ।      

    Maximum 500 characters

    ବିଶେଷ View all

    Find Us on Facebook