Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚାଲନ୍ତୁ ବୁଲିଯିବା ଓଡ଼ିଶାର ବକ୍ର ମନ୍ଦିର :

    Share on :
    ajab-Image
    Date: Nov 24, 2021    Views: 2300


    ସମ୍ବଲପୁର ସହର ଠାରୁ ପ୍ରାୟ ୨୫ କି.ମି. ଦୂର ମହାନଦୀର ପୂର୍ବ ଉପକୂଳରେ ଏକ ଛୋଟ ଗ୍ରାମ ହୁମାରେ ଅବସ୍ଥିତ ବକ୍ର ମନ୍ଦିର । ଏହାକୁ ଓଡ଼ିଶାର ବକ୍ର ମନ୍ଦିର ହିସାବରେ ମଧ୍ୟ ସାରା ଭାରତ ପ୍ରସିଦ୍ଧ । ଯେଉଁଠାରେ ପୂଜା ପାଉଛନ୍ତି ବିମଳେଶ୍ୱର ମହାଦେବ । ମନ୍ଦିର ଆଗରେ ରହିଛି ଅରୁଣ ସ୍ତମ୍ଭ ଓ ପାଖରେ ବୃଷଭ । ଶୁଣାଯାଏ ଏହି ମନ୍ଦିରର ସବୁକିଛି ବଙ୍କା । ଏପରିକି ମନ୍ଦିର ଭିତରର ଦ୍ୱାର ବନ୍ଧ ମଧ୍ୟ ବଙ୍କା । 

    ଲୋକ କଥା କୁହାଯାଇଛି ଯେ, ବିମଳେଶ୍ୱର ଉଭା ଲିଙ୍ଗ । ଜଣେ ଗୋପାଳ ବାଳକ ଗାଈ ଚରାଉଥିବା ବେଳେ ଦେଖିଲେ ଯେ, ଗୋଟିଏ ଗାଈ ଠାରୁ ଆପେ ଆପେ ଝରି ପଡ଼ୁଛି କ୍ଷୀର । ଏହାପରେ ଉକ୍ତ ବାଳକ ଜଣଙ୍କ ଆସି ଦେଖନ୍ତି ତ ସେଠାରେ ମହାଦେବଙ୍କ ଲିଙ୍ଗ ଉଭା ହୋଇଛନ୍ତି । ଫଳରେ ସମ୍ବଲପୁର ରାଜା ବଳିଆର ସିଂ ଏଠାରେ ମନ୍ଦିର ନିର୍ମାଣ କରାଇଥିଲେ । ପୀଠରେ ସବୁ ସମୟରେ ପ୍ରାୟ ଭକ୍ତଙ୍କ ସମାଗମ ଲାଗିରହିଥାଏ । କିମ୍ବଦନ୍ତୀ କୁହେ ଏହା ବିଶ୍ୱକର୍ମାଙ୍କ ତ୍ରୁଟି । କେହିକେହି କୁହନ୍ତି ଏହା ଆରମ୍ଭରୁ ବକ୍ର । ସେହିପରି କେହି କୁହନ୍ତି ଯେ, ମନ୍ଦିର ତଳୁ ମାଟି ଖସିଯିବାରୁ ମନ୍ଦିରଟି ବକ୍ର ଭାବେ ନଇଁ ପଡ଼ିଛି ।

    ପୀଠର ପଶ୍ଚିମ ଦ୍ୱାରରୁ ବାହାରିଲେ ଦେଖାଯାଏ ଅପରୂପ ମହାନଦୀର ଦୃଶ୍ୟ । ଠାଏ ଠାଏ ପଥର କୁଦ ଓ ଠାଏ ଠାଏ ଜଳରାଶି । ମହାନଦୀକୁ ଲମ୍ବି ଯାଇଛି ପାହାଚ । ଏହାକୁ ମଛେନ୍ଦ୍ର ଘାଟ କୁହାଯାଏ । ଏଠାରେ ମାଛମାନଙ୍କୁ ଲଡ଼ୁ ଖାଇବାକୁ ଦିଆଯାଏ । ମଛେନ୍ଦ୍ରଘାଟରୁ ଡ଼ଙ୍ଗାରେ ଗଲେ ପଡେ଼ ଶ୍ୟାମାକାଳୀ ପୀଠ । ଏଠାରେ ଜଣେ ମହିଳା ମାଛ କାଟୁଥିବାର ପଥର ମୂର୍ତ୍ତି ରହିଛି । କୁହାଯାଏ ଏଠାରେ ଜଣେ ମହିଳା ମାଛ କାଟୁଥିବା ସମୟରେ ପଥର ପାଲଟି ଯାଇଥିଲେ ।

    ଏହିପରି ପୌରାଣିକ କାହାଣୀକୁ ଯାବୁଡ଼ି ଧରିଛି ଏହି ପୀଠ ।   

    Maximum 500 characters

    ବିଶେଷ View all

    Find Us on Facebook