ମୁଖ୍ୟ ଖବର
ମାଲକାନଗିରି: ବଡ଼ଧରଣର ଆନ୍ତଃରାଜ୍ୟ କଇଁଛ ଚାଲାଣ ରାକେଟ ଠାବ । ମାଲକାନଗିରି ବନବିଭାଗକୁ ସଫଳତା । ୬୩୧ଟି କଇଁଛ ଜବତ ସହ ୭ ଗିରଫ ହୋଇଛନ୍ତି । କ୍ରିଷ୍ଣା ଜିଲ୍ଲାରୁ ଓଡ଼ିଶାକୁ ଚାଲାଣ ହେଉଥିଲା କଇଁଛ । ଆନ୍ଧ୍ର -ଓଡ଼ିଶା ସୀମାରେ ପାଟ୍ରୋଲିଂ ବେଳେ ଧରାପଡ଼ିଛି ଏହି ରାକେଟ୍ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଆନ୍ଧ୍ରର ଦୁଇ ଚାଲାଣକାରୀ ଓ ମାଲକାନଗିରିର ୫ଜଣ ବ୍ୟବସାୟୀ ଅଛନ୍ତି ।
ଅଭିଯୁକ୍ତଙ୍କଠାରୁ ୩ଟି ମୋଟର ସାଇକେଲ ଓ ଗୋଟିଏ ପିକଅପ୍ ଭ୍ୟାନ ଜବତ ହୋଇଛି । ତେବେ ଏଥିରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତା’ର ତଦନ୍ତ ଜାରି ରହିଛି ।
Comments ସମସ୍ତ ମତାମତ