Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଭାଗ୍ୟ ବଦଳାଇବ କଇଁଛ, ଘରେ ହେବ ଧନ ବର୍ଷା

    Share on :
    ajab-Image
    Date: Sep 14, 2020    Views: 7913

    ପ୍ରାଚୀନ କାଳରୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି ଘରେ କଇଁଛ ରହିଲେ ବାସ୍ତୁ ହିସାବରେ ଭଲ  । ପ୍ରାଚୀନତମ ମନ୍ଦିରରେ ଅସୀମ ଶାନ୍ତି ମିଳିଥାଏ  । କାରଣ ମନ୍ଦିର ମଧ୍ୟ ଭାଗରେ କଇଁଛ ସ୍ଥାପନ କରାଯାଇଥାଏ  । କୁହାଯାଏ କଇଁଛକୁ ଯେଉଁ ଠାରେ ରଖାଯାଏ ସେ ସ୍ଥାନରେ ସୁଖ ଶାନ୍ତି ଓ ସମ୍ବୃଦ୍ଧି ଆସେ  । ଆଜିକାଲି ବହୁତ ଲୋକ ଘରେ କଇଁଛ ପ୍ରତିମା ଘରେ ରଖୁଛନ୍ତି  । ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ଘରେ ରଖିଲେ ପରିବାର ଲୋକଙ୍କ ଆୟୁଷ ବଢେ଼  । ଏହାଛଡ଼ା କଇଁଛକୁ କାର୍ଯ୍ୟସ୍ଥଳର ସଠିକ ଜାଗାରେ ରଖିଲେ ଧନ ଓ ସମ୍ମାନ ମିଳେ  । ବାସ୍ତୁ ଅନୁସାରେ ଧାତୁ, ମାଟି, କାଠ ଓ ଖ୍ରୀଷ୍ଟାଲରେ ତିଆରି କଇଁଛ ଘର ପାଇଁ ଲାଭଦାୟକ ହୋଇଥାଏ  ।

    ଖ୍ରୀଷ୍ଟାଲ କଇଁଛ : କଇଁଛ ଏକ ପ୍ରଭାବଶାଳୀ ଯନ୍ତ୍ର  । ବାସ୍ତୁ ଦୋଷ ନିବାରଣ ପାଇଁ ଏହାକୁ ବ୍ୟବହାର କରାଯାଏ  । ବାସ୍ତୁରେ ଖ୍ରୀଷ୍ଟାଲରେ ତିଆରି କଇଁଛକୁ ବିଶେଷ ମହତ୍ୱ ଦିଆଯାଇଛି  । ଏହି କଇଁଛକୁ ଘରେ ରଖିଲେ ଉଚ୍ଚ ପଦବୀ ମିଳିବା ସହିତ ଧନର ବର୍ଷା ହୋଇଥାଏ  । ଯଦି ଆପଣ ବହୁ ଦିନରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି  । ବିଭିନ୍ନ ଉପାୟ ପରେ ବି କୌଣସି ଲାଭ ମିଳୁନି  । ତେବେ ଘରକୁ ଖ୍ରୀଷ୍ଟାଲରେ ତିଆରି କଇଁଛ ଆଣନ୍ତୁ  । ଏହାକୁ ଘରର ଉତ୍ତର ଦିଗରେ ରଖନ୍ତୁ ଓ କଇଁଛର ମୁହଁ ଘର ଭିତରକୁ ରଖନ୍ତୁ  । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କ ପ୍ରତିଷ୍ଠାନର ଉତ୍ତର ଦିଗରେ ଖ୍ରୀଷ୍ଟାଲରେ ତିଆରି କଇଁଛ ରଖନ୍ତୁ  । ଏପରି କଲେ ବେପାରରେ ଲାଭ ମିଳିବା ସହିତ ସଫଳତା ମିଳିବ  । ଅଧାରେ ଅଟକିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ  । 

    ଧାତୁ କଇଁଛ : ପିତ୍ତଳ, ଚାନ୍ଦି, ତମ୍ବା ଓ ଅଷ୍ଟଧାତୁରେ ତିଆରି କଇଁଛ ଘର ଓ ବ୍ୟବସାୟୀକ ସ୍ଥଳ ପାଇଁ ଶୁଭ ହୋଇଥାଏ  । ଏହି କଇଁଛ ରଖିଲେ ଘରକୁ ସକାରାତ୍ମକ ଉର୍ଜ୍ଜା ଆସିବା ସହିତ ବାସ୍ତୁଦୋଷ ଦୂର ହୁଏ  । ଘରେ ଧାତୁ କଇଁଛ ରଖିଲେ ବହୁ ସମସ୍ୟାର ସମାଧାନ ହୋଇଥାଏ  । ବହୁ ପରିଶ୍ରମ ପରେ ବି କ୍ୟାରିୟରରେ ସଫଳତା ନମିଳୁଥିଲେ ଘରର ଉତ୍ତର ଦିଗରେ ଧାତୁରେ ନିର୍ମିତ କଇଁଛ ରଖିବା ଦରକାର  । ଏହି ଦିଗରେ କଇଁଛ ରଖିଲେ ଘରର ବାତାବରଣ ସକାରାତ୍ମକ ରହିଥାଏ  । ପରିବାର ସଦସ୍ୟଙ୍କ ମାନସିକସ୍ଥିତ ମଧ୍ୟ ଭଲ ରୁହେ  । ଘରର ମୁଖଦ୍ୱାରରେ କଇଁଛ ଚିତ୍ର ଲଗାଇଲେ ପରିବାରରେ ଶାନ୍ତି ରହେ  । ଘରର କେହି ଜଣେ ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହେଉଥିଲେ, ଔଷଧ ନେବା ପରେ ମଧ୍ୟ ଦେହ ଭଲ ହେଉନଥିଲେ ଘରର ଦକ୍ଷିଣ-ପୂର୍ବ ଦିଗରେ କଇଁଛ ଚିତ୍ର ଲଗାନ୍ତୁ  । ଏପରି କଲେ ଘରକୁ କୌଣସି ରୋଗ ଆସିବ ନାହିଁ  । କଇଁଛ ନଜର ଦୋଷ ଦୂର କରେ  ।

    ମାଟି କଇଁଛ : ମାଟି କଇଁଛକୁ ଉତ୍ତର-ପୂର୍ବ, ମଧ୍ୟ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ  । ଏହା ଘର ପାଇଁ ସର୍ବୋତ୍ତମ ହୋଇଥାଏ  । ଏପରି କଇଁଛ ଘରେ ରଖିଲେ ଜୀବନରେ ଉର୍ଜାର ପ୍ରବାହ ସମାନ ପ୍ରକାର ହୋଇଥାଏ  । ଫଳରେ ଜୀବନରେ ସ୍ଥିରତା ରହିଥାଏ  । ମାଟି କଇଁଛ ଘରେ ରହିଲେ ଜୀବନରେ ଶାନ୍ତି, ସମ୍ବୃଦ୍ଧି, ଦୀର୍ଘାୟୁ ଓ ଅର୍ଥ ପ୍ରାପ୍ତି ହୁଏ  ।

    ପିଠିରେ ଛୁଆଥିବା କଇଁଛ : ଗୁଡ ଲକ ପାଇଁ ଘରେ କଇଁଛ ରଖାଯାଏ  । ମା କଇଁଛ ପିଠି ଉପରେ ଛୁଆ କଇଁଛ ଥିବା ପ୍ରତିମା ପ୍ରଜନନର ପ୍ରତୀକ ହୋଇଥାଏ  । ଯେଉଁ ଦମ୍ପତି ସନ୍ତା ସୁଖର ବଞ୍ଚôତ ଅଛନ୍ତି ସେମାନେ ଏପରି କଇଁଛ ଘରେ ରଖିବା ଉଚିତ  । ଏହା ଲାଭଦାୟକ ହୋଇଥାଏ  ।

    Maximum 500 characters

    ଘରକରଣ View all

    Find Us on Facebook