Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମ୍ୟାଚ ବେଳେ ଟପଲେସ ହେଲେ ଯୁବତୀ, କାରଣ ଜାଣିଲେ ହେବେ ଚକିତ

    Share on :
    ajab-Image
    Date: Apr 12, 2022    Views: 5342

    ମେଲବୋର୍ଣ୍ଣ : ରଗବୀ ମ୍ୟାଚ ବେଳେ ଅଷ୍ଟ୍ରେଲିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି  । ମ୍ୟାଚ ଚାଲିଥିବାବେଳେ ହଠାତ ଜଣେ ଫ୍ୟାନ ଟପଲେସ ହୋଇ ପଡ଼ିଆ ଭିତରକୁ ପଶି ଆସିଥିଲେ  । ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିବା ପାଇଁ ନାକେଦମ ହୋଇଯାଇଥିବା ଦେଖିବାକୁ ମିଳିଥିଲା  । ଏଥିପାଇଁ ମ୍ୟାଚ ବି କିଛି ସମୟ ପାଇଁ ବନ୍ଦ ରହିଥିଲା  ।

    ଘଟଣାଟି ଏହିପରି  । ଷ୍ଟାଡ଼ିୟମରେ ଗୋଲ୍ଡ କୋଷ୍ଟ ଟାଇଟନ ଓ ପାରାମାଟା ଏଲେସ ମଧ୍ୟରେ ରଗବୀ ମ୍ୟାଚ ଚାଲିଥଲା  । ସେହି ସମୟରେ ଜଣେ ଯୁବତୀ ଟପଲେସ ହୋଇ ପଡ଼ିଆକୁ ପଶିଯାଇଥିଲେ  । ଯାହାକୁ ଦେଖି ସମସ୍ତେ କିଛି ସମୟ ପାଇଁ ହଇରାଣ ହୋଇଯାଇଥିଲେ  । ସେ ଟପଲେସ ହେବାର କାରଣ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ  । ଜଣେ ସାଙ୍ଗ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଥିଲେ  । ଷ୍ଟାଡ଼ିୟମ ଭିତରକୁ ସେ ଟପଲେସରେ ପଶିପାରିବେନି ବୋଲି ଆହ୍ୱାନ ଦେଇଥିଲେ  । ତେବେ ସାଙ୍ଗର ଚ୍ୟାଲେଞ୍ଜ ପାଇଁ ସେ ଟପଲେସ ହେବାର ରିସ୍କ ନେବାକୁ ପଛେଇନଥିଲେ  । ତେବେ  ପଡ଼ିଆରେ ତାଙ୍କୁ ଯେଉଁଭଳି ଭାବେ ପୁଲିସ ବାହାର କଲା, ତାହାକୁ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook