Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବହିଷ୍କୃତ ଟିଏମସି ବିଧାୟକ ହେଲେ ବିରୋଧୀ ଦଳ ନେତା

    Share on :
    ajab-Image
    Date: Jun 4, 2026    Views: 2511

    କଲକାତା:ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ।  ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବୋଷଙ୍କୁ ଏକ ପତ୍ର ପ୍ରଦାନ କରି ୬୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଚିଠିରେ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ରୀତାବ୍ରତଙ୍କ ନାମ ମଧ୍ୟ ପ୍ରସ୍ତାବିତ କରାଯାଇଛି। ରିତବ୍ରତ -ବିଦ୍ରୋହୀ ଗୋଷ୍ଠୀଙ୍କୁ ମଞ୍ଜୁରୀ ଦେଇଛନ୍ତି ବିଧାନସଭା ବାଚସ୍ପତି। ତାଙ୍କୁ ବିଧାନସଭା ପକ୍ଷରୁ ବିରୋଧୀ ଦଳ ନେତାଙ୍କ ପାଇଁ ଉପଲବ୍ଧ ଚ୍ୟାମ୍ବରର ଚାବି ମଧ୍ୟ ହସ୍ତାନ୍ତର କରାଯାଇଛି। ତୃଣମୂଳ କଂଗ୍ରେସ (ଟିଏମସି)ର ବର୍ତ୍ତମାନ ବିଧାନସଭାରେ ୮୦ ଜଣ ବିଧାୟକ ଅଛନ୍ତି। ଟିଏମସି ଭିତରେ ବିଭାଜନ ହୁଏ ତେବେ ରୀତାବ୍ରତ ଗୋଷ୍ଠୀ ଟିଏମସିର ନାମ ଏବଂ ପ୍ରତୀକ ପାଇଁ ଏକ ଦୃଢ଼ ଦାବି କରିପାରେ।କାରଣ ମମତା ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମିଳିତ ଭାବେ ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟୟ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲେ। ଏନେଇ ବିଧାୟକଙ୍କ ଦସ୍ତଖତ ଥିବା ଗୋଟିଏ ଦାବିପତ୍ର ବିଧାନସଭା ସଚିବଙ୍କ ପାଖରେ ଦାଖଲ କରାଯାଇଥିଲା। କିନ୍ତୁ ବିଧାୟକଙ୍କ ଦସ୍ତଖତରେ ଜାଲିଆତି ଅଭିଯୋଗ ହୋଇଛି। ଏଥିପାଇଁ ଟିଏମସି ପକ୍ଷରୁ ରିତାବ୍ରତ ବାନାର୍ଜୀ ଓ ସନ୍ଦିପନ ସାହାଙ୍କୁ ଟିଏମସି ବହିଷ୍କାର କରାଯାଇଥିଲା।ନିଲମ୍ବନ ପରେ ଦଳ ଭିତରେ ବିଭାଜନ ଦେଖାଦେଇଛି। ରବିବାର ଆୟୋଜିତ ବିଧାୟକ ଦଳ ବୈଠକରେ ମାତ୍ର ୨୦ଜଣ ବିଧାୟକ ଉପସ୍ଥିତ ଥିଲେ। କଲକାତାର ରାଣୀ ରାସମୋନି ରୋଡ୍‌ରେ ମମତା ତାଙ୍କର ବିକ୍ଷୋଭ ପାଇଁ ପ୍ରଥମେ ପୁଲିସ ଠାରୁ ଅନୁମତି ମାଗିଥିଲେ। ମାତ୍ର ପୁଲିସ ଏଠାରେ ବିକ୍ଷୋଭ ପାଇଁ ଅନୁମତି ଦେଇ ନଥିଲା। ପରେ କଲକାତାର ଏସ୍‌ପ୍ଲାନେଡ୍ ଠାରେ ମମତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟିଏମସିର ବିଧାୟକମାନେ ମମତାଙ୍କ ଶୋଭାଯାତ୍ରାରେ ଯୋଗ ଦେଇ ନଥିବାବେଳେ ସେମାନେ ଅନ୍ୟତ୍ର ଗୁପ୍ତ ବୈଠକ କରିଥିବା ଜଣାଯାଇଛି। ଦଳର ପ୍ରାୟ ୫୦ ବିଧାୟକ ଏକ ହୋଟେଲରେ ଏକତ୍ର ହୋଇଥିବା ନେଇ ଦଳର ନିଲମ୍ବିତ ଜାତୀୟ ମୁଖପାତ୍ର ରିଜୁ ଦତ୍ତ ଦାବି କରିଛନ୍ତି। ଏହି ବିଧାୟକମାନେ ଟିଏମସିର ଦଳୀୟ ଚିହ୍ନ ଦାବି କରିବା ପୂର୍ବକ ଟିଏମସିରେ ବିଭାଜନ କରିବାକୁ ଯୋଜନା ଚଳାଇଛନ୍ତି। ୧୯୯୮ରେ ଦଳ ଗଠନ କରିଥିବା ମମତା ପ୍ରଥମ କରି ଅନ୍ତକନ୍ଦଳର ସମ୍ମୁଖୀନ ହେବାକୁ ଯାଉଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook