Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗୃହମନ୍ତ୍ରୀଙ୍କ କାର୍ୟ୍ୟାଳୟ ଆଗରେ ଟିଏମସିର ବିକ୍ଷୋଭ

    Share on :
    ajab-Image
    Date: Jan 9, 2026    Views: 4092

    ନୂଆଦିଲ୍ଲୀ: ଦିଲ୍ଲୀ ପହଞ୍ଚିଲା ପଶ୍ଚିମବଙ୍ଗ ହାଇଡ୍ରାମା । ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ୟ୍ୟାଳୟ ଆଗରେ ଟିଏମସିର ସାଂସଦମାନେ ବିକ୍ଷୋଭ କରିଛନ୍ତି । ଇଡି ଚଢାଉକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ଟିଏମସିର ସାଂସଦ । ଏହି ସମୟରେ ଦିଲ୍ଲୀ ପୁଲିସ ଓ ଟିଏମସି ସାଂସଦଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ସହ ୮ଜଣ ଟିଏମସି ସାଂସଦଙ୍କୁ ଉଠାଇ ନେଇଛି ପୁଲିସ ।

    ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗ ସମେତ ଦେଶର ୧୫ଟି ସ୍ଥାନରେ ଚଢାଉ କରିଥିଲା । କଲକାତାର ଆଇ-ପାକ୍‌ କମ୍ପାନୀ ଉପରେ ଚଢାଉ କରିଥିଲା ଇଡି । ଏହାର ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଇ-ପାକ୍‌ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ଏହା ମାମଲାକୁ ରାଜନୈତିକ ମୋଡ ଦେଇଥିଲା । ମମତା ବାନାର୍ଜୀ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଲ୍ୟାପଟପ ଧରି କମ୍ପାନୀର କାର୍ୟ୍ୟାଳୟରୁ ପଳାଇ ଆସିଥିଲେ । ଏକ କୋଇଲା ଦୁର୍ନୀତି ମାମଲାର ତଦନ୍ତ କ୍ରମରେ ଇଡି ଗୁରୁବାର ଆଇ-ପାକ୍‌ ର କଲକାତା ସ୍ଥିତ କାର୍ୟ୍ୟାଳୟ ଓ ଗ୍ରୁପର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢାଉ କରିଥିଲା । ତେବେ ଇଡିର ଏପରି ଚଢାଉକୁ ମମତା ବାନାର୍ଜୀ ବିରୋଧ କରିଛନ୍ତି ।
    ଖାଲି ସେତିକି ନୁହେଁ ବଂ ନିଜେ ପ୍ରତ୍ୟକ୍ଷ ଭାବେ ପ୍ରତୀକ ଜୈନଙ୍କ ବାସଭବନରେ ଉପସ୍ଥିତ ରହି ଇଡିର ଚଢାଉକୁ ରୋକିଥିଲେ । ଏପରି କି ଇଡି ଜବତ କରିଥିବା କାଗଜପତ୍ର ଓ ଇଲେକଟ୍ରୋନିକ ଉପକରଣ ସବୁକୁ ମମତା ଓ ତାଙ୍କ ସହଯୋଗୀମାନେ ଛଡାଇ ନେଇଥିଲେ । ମମତାଙ୍କ ସହିତ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ରହିଥିବାରୁ ଇଡି ଏକ ପ୍ରକାର ଉପାୟଶୂନ୍ୟ ହୋଇପଡିଥିଲା । ତଦନ୍ତକାରୀ ଏଜେନ୍ସିର କାର୍ୟ୍ୟରେ ମମତାଙ୍କ ଏପରି ହସ୍ତକ୍ଷେପକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକାତା ହାଇକୋର୍ଟରେ ପିଟିସନ ଦାୟର କରିଛି । ଇଡି ଏହାର ପିଟିସନରେ ଅଭିଯୋଗ କରିଛି ଯେ ମମତା ନିଜର ସାମ୍ବିଧାନିକ ପଦର ଦୁରୁପଯୋଗ ପୂର୍ବକ ଏଜେନ୍ସିର କାର୍ୟ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook