Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଉପରାଷ୍ଟ୍ରପତି ନିର୍ବାଚନ : କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବନି ଟିଏମସି

    Share on :
    ajab-Image
    Date: Jul 22, 2022    Views: 6376

    ନୂଆଦିଲ୍ଲୀ:  ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ମେଣ୍ଟ ପକ୍ଷରୁ ପ୍ରମୁଖ ଭୂମିକା ନିଭାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପ-ରାଷ୍ଟ୍ରପତି ନିର୍ବାଚନର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ । ଅଗଷ୍ଟ ୬ ରେ ହେବାକୁ ଏହି ନିର୍ବାଚନରେ ମମତାଙ୍କ ଟିଏମସି ଦଳ କାହାକୁ ଭୋଟ ଦେବ ନାହିଁ । ବିରୋଧୀ ଦଳ ମାର୍ଗେଟ ଆଲଭାଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ ତାଙ୍କୁ ପଚାରିନଥିବାରୁ ତାଙ୍କୁ ଟିଏମସି ସମର୍ଥନ କରିବ ନାହିଁ ବୋଲି କହିଛନ୍ତି ମମତା ବାନାର୍ଜୀ ।
    ଏପଟେ ମମତାଙ୍କ ସହ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିବାଦ ରହିଥିବାରୁ ସେ ତାଙ୍କୁ ସମର୍ଥନ କରିବାର ମଧ୍ୟ ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ଦଳର ସମସ୍ତ ୩୫ ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କ ସହ ମମତା ବୈଠକ କରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ । ୩୫ ସାଂସଦ ଥିଲେ ବି ବିରୋଧୀ ପ୍ରାର୍ଥୀ କରିବା ପୂର୍ବରୁ ମମତାଙ୍କୁ ପଚାରିନଥିବାରୁ ମାର୍ଗେଟ ଆଲଭାଙ୍କୁ ଟିଏମସି ସମର୍ଥନ ଦେବ ନାହିଁ ବୋଲି ଅଭିଶେକ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook