Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ବିଧାୟକ

    Share on :
    ajab-Image
    Date: Nov 25, 2021    Views: 3277

    ନୂଆଦିଲ୍ଲୀ: ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗମା ଏବଂ କଂଗ୍ରେସର ୧୨ ଜଣ ବିଧାୟକ ଦଳ ଛାଡ଼ି ଟିଏମସିରେ ସାମିଲ ହୋଇଛନ୍ତି । ରାଜ୍ୟର ମୋଟ ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଅଚାନକ ଏଭଳି ନିଷ୍ପତ୍ତି ନେବା ଦଳ ପାଇଁ ବହୁତ ବଡ଼ ଝଟକା ହୋଇଛି । ଏହା ଦ୍ୱାରା ଉତ୍ତର ପୂର୍ବରେ ଟିଏମସିରେ ଶକ୍ତି ବୃଦ୍ଧି ହୋଇଛି ଏବଂ ମେଘାଳୟରେ କଂଗ୍ରେସ ସଂଗଠନ ଦୋହଲି ଯାଇଛି । 


    କଂଗ୍ରେସ ବିଧାୟକ ଟିଏମସିରେ ସାମିଲ ହେବା ପରେ ଦଳ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ପାଲଟି ଯାଇଛି । ଦିଲ୍ଲୀ ଗସ୍ତରେ ଥିବା ଟିଏମସି ସୁପି୍ରମୋ ମମତା ବାନାର୍ଜୀଙ୍କ ସହ ମୁକୁଲ ସାଂଗମା ଲଗାତର ଯୋଗାଯୋଗରେ ଥିଲେ ବୋଲି ଜଣାପଡିଛି । ଟିଏମସି ଏବେ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ନିଜର ଶକ୍ତି ବୃଦ୍ଧି ପାଇଁ ବହୁ ସଂଖ୍ୟାରେ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରାଇବାକୁ ଯୋଜନା ରଖିଛି । ଏହାକୁ ନେଇ କଂଗ୍ରେସ ଟିଏମସି ମଧ୍ୟରେ ଆଗକୁ ତିକ୍ତତା ବଢ଼ିବ ବୋଲି କୁହାଯାଉଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook