ମୁଖ୍ୟ ଖବର
ତିରୁମାଲା ତିରୁପତିରେ ଅବସ୍ଥାପିତ ଭଗବାନ ଭେଙ୍କଟେଶ୍ୱରଙ୍କୁ ୧୨୧ କେଜି ସୁନା ଅଳଙ୍କାର ଭେଟି ଦେଇଚନ୍ତି ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ । ଏହି ସୁନାରେ ଭଗବାନ ଭେଙ୍କଟେଶ୍ୱରଙ୍କ ଶ୍ରୀଅଙ୍ଗରେ ଲାଗି ହେବାକୁ ଥିବା ବିଭିନ୍ନ ଅଳଙ୍କାର ପ୍ରସ୍ତୁତ କରାଯାଇଛି । ଶ୍ରୀ ଜୈନ ହେଉଛନ୍ତି ପ୍ରତିଷ୍ଠିତ ହେଲ୍ଥ କେୟାର କମ୍ପାନୀ ଆସେସ ହେଲ୍ଥ କେୟାରର ପ୍ରତିଷ୍ଠାତା ତଥା ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର । ଭାରତରେ ଶିକ୍ଷାଲାଭ କରିବା ପରେ ଜୈନ ଆମେରିକା ଚାଲିଯାଇ ସେଠାରେ କର୍ପୋରେଟ କ୍ଷେତ୍ରରେ କାମ କରିଥିଲେ । ତା ପରେ ନିଜ ଉଦ୍ୟୋଗ ‘ଆସେସ ହେଲ୍ଥ କେୟାର’ ଆରମ୍ଭ କରିଥିଲେ । ତେବେ ୨୦୨୫ରେ ସେ ନିଜ କମ୍ପାନୀର ୭୦% ସେୟାର ଆମେରିକାର ଏକ କମ୍ପାନୀକୁ ୨ ବିଲିୟନ ଡଲାରରେ ବିକ୍ରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତାଙ୍କୁ ଯାହା ମିଳିଛି ତାହା ଭଗବାନ ଭେଙ୍କଟେଶ୍ୱରଙ୍କ କରୁଣରୁ ମିଳିଛି । ତେଣୁ ସେ ଭଗବାନଙ୍କୁ ମୁକ୍ତହସ୍ତରେ ଆଜିର ଏହି ଦାନ ଦେଉଛନ୍ତି ବୋଲି ବର୍ଦ୍ଧମାନ ଜୈନ ପ୍ରକାଶ କରିଛନ୍ତି । ଗୁୁରୁବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ସେ ଏହି ଦାନ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ । ଏହି ସୁନାରେ ପ୍ରଭୁଙ୍କର ବିଭିନ୍ନ ଆଭୂଷଣ ପ୍ରସ୍ତୁତ କରାଯାଇଛି । ଶ୍ରୀ ଜୈନଙ୍କ ଦ୍ୱାରା ଗୁରୁବାର ପ୍ରଦତ୍ତ ଏହି ଦାନର ମୂଲ୍ୟ ପ୍ରାୟ ୨୦୬ କୋଟି ଟଙ୍କା ବୋଲି ପ୍ରାରମ୍ଭିକ ଆକଳନରୁ ଜଣାପଡିଛି । ତିରୁପତି ମନ୍ଦିର ଭାରତର ସବୁଠୁ ଧନୀ ମନ୍ଦିର ଭାବେ ପରିଗଣିତ ହେଉଥିବା ବେଳେ ଆଜିର ଏହି ଦାନର ପରିମାଣ ମନ୍ଦିର ଇତିହାସରେ ଏକକାଳୀନ ସର୍ବାଧିକ ବ୍ୟକ୍ତିଗତ ଦାନ ବୋଲି କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ଶ୍ରୀ ଜୈନ ତିରୁପତି ସମେତ ଦେଶର ଅନ୍ୟାନ୍ୟ ମନ୍ଦିରକୁ ଅନେକ ଦାନ ଦକ୍ଷିଣା ଦେଇ ନିଜ ସେବା ମନୋବୃତ୍ତିର ପରିଚୟ ପ୍ରଦାନ କରିଆସିଛନ୍ତି ।
Comments ସମସ୍ତ ମତାମତ