Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଘରୁ ବାହାରିଲେ ବାର ଅନୁଯାୟୀ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    Share on :
    ajab-Image
    Date: Jun 27, 2026    Views: 2985

    ଘରୁ ବାହାରକୁ ଯିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ଘରୁ ବାହାରିବା ପରେ କାର୍ୟ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର ଅନୁଯାୟୀ ପାଳନ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ଜାଣନ୍ତୁ ଟ୍ଟ.

    ସୋମବାର : ଏହି ବାର ଦିନ ଘରୁ ବାହାରକୁ ଯିବା ସମୟରେ ଦର୍ପଣ ଦେଖନ୍ତୁ। ଆପଣଙ୍କୁ କାର୍ୟ୍ୟରେ ସଫଳତା ମିଳିବ। ମାତ୍ର ଭଙ୍ଗା ଦର୍ପଣ ଦେଖିବେ ନାହିଁ।

    ମଙ୍ଗଳବାର : ମଙ୍ଗଳବାର ଦିନ ଗୁଡ଼ ଖାଇ ଘରୁ ବାହାରକୁ ଯାଆନ୍ତୁ। ଗୁଡ଼ ଯେପରି ମିଠା , ଦିନ ମଧ୍ୟ ସେଭଳି ଶୁଭଫଳ ଦେଇଥାଏ। ଗୁଡ଼ ବ୍ୟତୀତ ଆପଣଙ୍କୁ ଯେଉଁ ମିଠା ପସନ୍ଦ ତାହା ମଧ୍ୟ ଖାଇପାରିବେ।

    ବୁଧବାର : ଏହି ବାରରେ ଧନିଆ ପତ୍ର ଖାଇ ଘରୁ ଯାଆନ୍ତୁ, କାର୍ୟ୍ୟରେ ସଫଳତା ନିଶ୍ଚୟ ମିଳିବ।

    ଗୁରୁବାର : ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ସହ ଜିରା ଖାଇ ଯାଆନ୍ତୁ। ଦିନଟିରେ ପ୍ରତ୍ୟେକ କାର୍ୟ୍ୟରେ ଶୁଭଫଳ ମିଳିବ।

    ଶୁକ୍ରବାର : ଏଭଳି ଦେଖିବାକୁ ଗଲେ ପ୍ରତ୍ୟେକ ଶୁଭକାର୍ୟ୍ୟରେ ଯିବା ପୂର୍ବରୁ ଦହି ଚିନି ଖିଆଯାଏ। ମାତ୍ର ଶୁକ୍ରବାର ଦିନ ଦହି ଖାଇ ଘରୁ ଯିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।

    ଶନିବାର : ଏହି ବାର  ଶନିଦେବଙ୍କୁ ସମର୍ପିତ ଅଟେ। ଶନିବାର ଦିନ ଅଦା ଖାଇ ଘରୁ ବାହାରକୁ ଯିବା ଦ୍ୱାରା କାର୍ୟ୍ୟରେ ଥିବା ବାଧାବିଘ୍ନ ଦୂର ହୋଇ ସଫଳତା ମିଳିଥାଏ।

    ରବିବାର : ଛୁଟି ଦିନ ଅର୍ଥାତ ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ପାନ ଖାଇ ଯାଆନ୍ତୁ। ଏପରି କରିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।

    Maximum 500 characters

    ବିଶେଷ View all

    Find Us on Facebook