Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗହୀରମଥା ବେଳାଭୂମିରେ ୩୨ ଫୁଟର ମୃତ ତିମି

    Share on :
    ajab-Image
    Date: Apr 10, 2026    Views: 2460

    କେନ୍ଦ୍ରାପଡା: ଗହୀରମଥା ସମୁଦ୍ର କୂଳରୁ ମୃତ ତିମି ଉଦ୍ଧାର । ୩୨ ଫୁଟ ଲମ୍ବ ଓ ସାଢ଼େ ୩ ଫୁଟ ଓସାର ତିମିର ମୃତଦେହ ମୁହାଣରୁ ମିଳିବା ପରେ ବନବିଭାଗ ପକ୍ଷରୁ ହୋଇଛି ତନାଘନା ଓ ତଦନ୍ତ। ତିମିଟିର ମୃତ୍ୟୁ କିପରି ହେଲା ଓ ଏହା କିପରି ଏଠାକୁ ଆସିଲା ସେନେଇ ବନବିଭାଗ ପଦକ୍ଷେପ ସ୍ୱରୂପ ପ୍ରାଣୀଧନ ଚିକିତ୍ସକଙ୍କ ସହାୟତା ନେଇଛି।ସୂଚନାନୁଯାୟୀ,ଗହୀରମଥା ଅଭୟାରଣ୍ୟ ମାଦେଲି ମୁହାଣରେ ଗତକାଲି ଏକ ବିରାଟ ତିମିର ମୃତ ଦେହ ଲାଗିଥିଲା। ଏହା ମୁହାଣରେ ଲାଗିବା ପରେ ବନବିଭାଗ ଏହାର ବ୍ୟବଚ୍ଛେଦ ପାଇଁ ଗତକାଲି ରାଜନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିଠି ଲେଖିଥିଲା। ଏନେଇ ରାଜନଗର ପ୍ରାଣୀ ଚିକିତ୍ସାକେନ୍ଦ୍ର ମୋବାଇଲ ୟୁନିଟ ମୁଖ୍ୟ ଡ଼ଃ.ପ୍ରକାଶ ଚନ୍ଦ୍ର ଜେନା କୁହନ୍ତି,"ବନବିଭାଗର ଚିଠି ପାଇବା ପରେ ଆମେ ତୁରନ୍ତ ତିମିର ମୃତଦେହ ପଡି ରହିଥିବା ସ୍ଥାନ ମାଦେଳୀ ମୁହାଣରେ ପହଞ୍ଚିଥିଲୁ। ପ୍ରାରମ୍ଭିକ ତଦନ୍ତ କରି ଆମେ ଅନୁଭବ କରିଛୁ ଯେ ତିମିଟି ଗଭୀର ସମୁଦ୍ରରେ ଥିଲା ଏବଂ ପ୍ରାୟ ୧୫ଦିନ ଆଗରୁ ଏହାର ମୃତ୍ୟୁ ହୋଇଛି। ଏହି ତିମି ଶରୀରରୁ ପ୍ରାୟ ୬୦-୭୦% ନଷ୍ଟ ହୋଇଯାଇଛି। ଏହି ତିମିର ବୟସ ଖୁବ କମ ଏହାର ଲମ୍ବା ୩୨ଫୁଟ ଓ ଓସାର ସାଢ଼େ ୩ ଫୁଟ ଅଛି। ତଦନ୍ତ ସମୟରେ ଶରୀରର ଅଧିକାଂଶ ଅଂଶ ନଷ୍ଟ ହୋଇଯିବା କାରଣରୁ କିଛି ଅଂଶକୁ ଆମେ ସଂଗ୍ରହ କରି ଗୋପାଳପୁରରେ ଥିବା ବନବିଭାଗ ଲ୍ୟାବକୁ ବ୍ୟବଚ୍ଛେଦ ପାଇଁ ପଠାଇଛୁ। ଯେହେତୁ ଶରୀରର ଅର୍ଦ୍ଧାଧିକ ଭାଗ ନଷ୍ଟ ହୋଇଛି ତେଣୁ ଏହାକୁ ଆନାଲିସିସ କରିବା ସମ୍ଭବପର ନଥିଲା " ସମୁଦ୍ରର କୌଣସି ସ୍ଥାନରେ ତାକୁ ଆଘାତ ଲାଗିଥିବାବେଳେ ତାର ଗଭୀର ସମୂଦ୍ରରେ ହିଁ ମୃତ୍ୟୁ ହୋଇଛି । ପରେ ଏହା ଭାସି ଭାସି ଆସି କୂଳରେ ଲାଗିଥିବା ବନବିଭାଗ ଅନୁମାନ କରୁଛି ବୋଲି କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook