Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଷକ୍ରିୟା ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ।

    Share on :
    ajab-Image
    Date: Dec 12, 2025    Views: 3427

    ରାଉରକେଲା : ବିଷକ୍ରିୟା ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ। ସୁନ୍ଦରଗଡ ଜିଲ୍ଲା ବଣାଇଁ ବନଖଣ୍ଡ ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଈ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘକୁ ବିଷ ଦେଇ ମାରି ଦିଆ ଯାଇଥିବା ପ୍ରାଥମିକ ତଦନ୍ତରୁ ବନ ବିଭାଗ ଜାଣିବାକୁ ପାଇଛି। ବାଘର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଜଣାପଡ଼ିଛି। 

    ସୂଚନାନୁଯାୟୀ, ଗତ କିଛି ଦିନ ହେଲା ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏହି କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଥିଲା। ଗତକାଲି ଏକ ବଳଦକୁ ଆକ୍ରମଣ କରି ମାରି ଦେଇଥିଲା। ଅଞ୍ଚଳବାସୀ ଏଥିନେଇ ବାରମ୍ବାର ବନ ବିଭାଗକୁ ସୂଚନା ଦେଇଥିଲେ ହେଁ ବିଭାଗ ପକ୍ଷରୁ କେବଳ ଟ୍ରାପ୍ କ୍ୟାମେରା ଲଗାଯିବ ବୋଲି କହି ଘଟଣାକୁ ଗୁରୁତ୍ଵ ଦିଆଯାଇ ନଥିଲା। ଆଜି ସକାଳୁ ବାଘର ମୃତଦେହ ମିଳିଛି। ଯେଉଁ ସ୍ଥାନରେ ବାଘର ମୃତଦେହ ମିଳିଛି ସେଠାରେ ବନ ବିଭାଗ ବିଷ ପଡ଼ିଥିବା ଦେଖିବାକୁ ପାଇଛି। ବାଘକୁ ବିଷ ଦେଇ ମାରି ଦିଆଯାଇଛି ବୋଲି ବନ ବିଭାଗ କହିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଓ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ଅଧିକ ତଦନ୍ତ କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook