Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମ୍ବଲପୁରରେ ପୁଣି ବାଘ ଆତଙ୍କ !

    Share on :
    ajab-Image
    Date: Nov 27, 2026    Views: 3192

    ସମ୍ବଲପୁର: ସମ୍ବଲପୁରରେ ପୁଣି ବାଘ ଆତଙ୍କ । ମାନେଶ୍ୱର ଓ ଧମା ଅଞ୍ଚଳରେ ବାଘକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକ । ଅଞ୍ଚଳରେ ବୁଲୁଥିବା ବାଘଟି ମହାବଳ ବାଘ ହୋଇଥିବା ଆଶଙ୍କା କରାଯାଉଛି । ମୁଣ୍ଡେର-କିରିଟପାଲି ଜଙ୍ଗଲରୁ ବାଘର ପାଦଚିହ୍ନ ମିଳିବା ପରେ ଅଞ୍ଚଳରେ ଭୟ ଆହୁରି ବଢ଼ିଛି ।

    ମିଳିଥିବା ପାଦଚିହ୍ନର ଲମ୍ବ ପ୍ରାୟ ୧୬ ସେଣ୍ଟିମିଟର ରହିଛି । ବନ ବିଭାଗ ଏହି ପାଦଚିହ୍ନର ଫଟୋ ଉଠାଇ ପର୍ଗ ମାର୍କ ଯାଞ୍ଚ କରୁଛି। ବାଘର ଉପସ୍ଥିତି ନେଇ ସୂଚନା ମିଳିବା ପରେ ସଦର ରେଞ୍ଜ ବନ ବିଭାଗ ପକ୍ଷରୁ ରାତିସାରା ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଛି । ଏଥିସହ ବାଘର ଗତିବିଧି ଠାବ କରିବାକୁ ଖୋଜାଖୋଜି ଜାରି ରହିଛି । ଅନ୍ୟପଟେ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି ।

    ସେପଟେ ଦିନକ ପୂର୍ବରୁ ବୁର୍ଲା ଓ ଅତାବିରା ଅଞ୍ଚଳରେ ଦେଖାଯାଇଥିବା ବାଘର ପାଦଚିହ୍ନ ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି । ଏବେ ମାନେଶ୍ୱର ଓ ଧମା ଅଞ୍ଚଳରେ ମିଳିଥିବା ପାଦଚିହ୍ନକୁ ନେଇ ମଧ୍ୟ ବନ ବିଭାଗ ଯାଞ୍ଚ କରୁଛି । ତେବେ ଏହି ଅଞ୍ଚଳରେ ବାଘର ଗତିବିଧି କେତେ ଦୂର ରହିଛି ଏବଂ ଏହା ମହାବଳ ବାଘ କି ନୁହେଁ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook