Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟାଇଗରଙ୍କ କାର୍‌କୁ ଗୁଳିମାଡ଼ ଘଟଣା, ୪ ଗିରଫ

    Share on :
    ajab-Image
    Date: Oct 21, 2026    Views: 3244

    ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରେ ଗୁଳିଚାଳନା ଘଟଣାରେ ପୁଲିସ ଏକ ବଡ଼ ଖୁଲାସା କରିଛି । ଏହି ମାମଲାରେ ହତିଆର ଯୋଗାଇଥିବା ମୋଡ୍ୟୁଲର ପର୍ଦ୍ଦାଫାଶ କରି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଟିମ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ହରିୟାଣା ସୋନିପତର କୁନାଲ ଓ ସୁମିତ ଏବଂ ଉତ୍ତରପ୍ରଦେଶର ରାଧା ଓ ବବିତା । ଅଭିଯୋଗ ରହିଛି ଯେ ଏହି ମୋଡ୍ୟୁଲ୍ ଜରିଆରେ ଅମୃତସରରୁ ଏକ ପିସ୍ତଲ ଏବଂ ୨୦ଟି କାର୍ତୁସ୍ ମୁମ୍ବାଇ ପଠାଯାଇଥିଲା । ମଙ୍ଗଳବାର ଦିନ ୪ ଜଣ ଯାକ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ମହାରାଷ୍ଟ୍ର ପୁଲିସର ସିଆଇଡି ମୁମ୍ବାଇ ଟିମ୍ ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । କୋର୍ଟ ଏହି ଆବେଦନକୁ ମଞ୍ଜୁର କରିବାରୁ ମୁମ୍ବାଇ ପୁଲିସ ୪ ଜଣଙ୍କୁ ଗିରଫ କରି ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ।
    ତଦନ୍ତରୁ ଜଣାପଡ଼ିଛି ଯେ, କୁନାଲ ନିକଟରେ ଜାମିନରେ ଜେଲରୁ ବାହାରିଥିଲା । ଏହାପରେ ସେ ଏକ ସାଙ୍ଗ ଜରିଆରେ ଅନିଲ ପଣ୍ଡିତଙ୍କ ସଂସ୍ପର୍ଶରେ ଆସିଥିଲା । ଉଭୟଙ୍କ ମଧ୍ୟରେ ଏନକ୍ରିପ୍ଟେଡ୍ ଆପ୍ ମାଧ୍ୟମରେ କଥାବାର୍ତ୍ତା ହେଉଥିଲା । ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ କୁନାଲ ଅମୃତସର ଯାଇ ସେଠାରୁ ଏକ ପିସ୍ତଲ ଓ କାର୍ତୁସ୍ ଆଣିଥିଲା ବୋଲି ଅଭିଯୋଗ ହୋଇଛି । ପ୍ରାୟ ଦୁଇ ମାସ ପୂର୍ବେ କୁନାଲର ସାକ୍ଷାତ ରାଧା ସହିତ ହୋଇଥିଲା ଏବଂ ସେ ରାଧାକୁ ଏହି କାମରେ ସାମିଲ କରିଥିଲା ।
    ଗତ ଅକ୍ଟୋବର ୧୫ ତାରିଖରେ କୁନାଲ, ରାଧା ଏବଂ ବବିତାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନକୁ ନିଆଯାଇଥିଲା । ରାଧାର ବ୍ୟାଗ୍ ଭିତରେ ପିସ୍ତଲଟି ରଖାଯାଇଥିଲା ଏବଂ ଦୁଇ ମହିଳା ଟ୍ରେନ ଯୋଗେ ମୁମ୍ବାଇ ବାହାରିଥିଲେ । ଅକ୍ଟୋବର ୧୭ ତାରିଖରେ ସେମାନେ ମୁମ୍ବାଇର ଦାଦର ଷ୍ଟେସନରେ ପହଞ୍ଚି ଏକ ହୋଟେଲରେ ରହିଥିଲେ । ସେହିଦିନ ସକାଳେ ଜଣେ ନାବାଳକ ହୋଟେଲ ପାଖରୁ ସେହି ବ୍ୟାଗ୍ ନେଇଯାଇଥିଲା । ଏହି ହତିଆର ଆଗକୁ କାହାକୁ ଦିଆଯାଇଥିଲା, ପୁଲିସ ସେ ବିଷୟରେ ତଦନ୍ତ ଜାରି ରଖିଛି ।
    ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ଟାଇଗର ଶ୍ରଫଙ୍କ କାର୍ ଉପରେ ଗୁଳିଚାଳନା ହୋଇଥିଲା । ଏହାପରେ ଅନିଲ ପଣ୍ଡିତ କୁନାଲକୁ ଜଣାଇଥିଲା ଯେ, ଗୁଳି ଚାଳାଇଥିବା ଲୋକମାନେ ମୁମ୍ବାଇରେ ଫସି ଯାଇଛନ୍ତି ଏବଂ ସେମାନଙ୍କୁ ସେଠାରୁ ବାହାର କରିବାକୁ ବ୍ୟବସ୍ଥା କର । ଅନ୍ୟପଟେ ସେହିଦିନ ରାଧା ଓ ବବିତା ଦାଦରରୁ ହରିଦ୍ୱାର ଏକ୍ସପ୍ରେସରେ ଦିଲ୍ଲୀ ଫେରିଯାଉଥିବା ବେଳେ ଅକ୍ଟୋବର ୨୦ ତାରିଖରେ ଦିଲ୍ଲୀ ପୁଲିସ ସେମାନଙ୍କୁ ନୂଆଦିଲ୍ଲୀ ଷ୍ଟେସନରୁ କାବୁ କରିଥିଲା । ସେପଟେ କୁନାଲ ଓ ସୁମିତକୁ ହରିଆଣାର ସୋନିପତରୁ ଗିରଫ କରାଯାଇଛି । ମୁମ୍ବାଇ ପୁଲିସ ଏବେ ଏହି ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରି ହତିଆର ସ୍ପଷ୍ଟ ସଞ୍ଚାର ଏବଂ ଏହି ନେଟୱାର୍କ ସହ ଜଡ଼ିତ ଅନ୍ୟ ଲୋକଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook