ମୁଖ୍ୟ ଖବର
ବାରିପଦା : ଶିମିଳିପାଳ ପୁଣି କଳା ବାଘ ଶିକାର । କଳା ମହାବଳ ବାଘ ଛୁଆର ଚମଡ଼ା ଜବତ୍ । ଏଥିସହ ୩ ଅଭିଯୁକ୍ତ ଗିରଫ। ଖୁଣ୍ଟା ଥାନା ବାସିପିଠା ଅଞ୍ଚଳରେ ବାଘ ଚମଡ଼ା ଡିଲ ବେଳେ ମାଡିବସିଲା ବନ ବିଭାଗ।ଅଭିଯୁକ୍ତମାନଙ୍କ ନିକଟରୁ ତିନିଟି ମୋଟରସାଇକଲ୍ ଓ ଅନ୍ୟ ଶିକାର ସାମଗ୍ରୀ ଜବତ ହୋଇଛି।
ଶିମିଳିପାଳ ଦକ୍ଷିଣ ଡିଭିଜନ୍ ର ଉପ-କ୍ଷେତ୍ର ନିର୍ଦ୍ଦେଶକ ସୁମିତ୍ କରଙ୍କ ସୂଚନା ଅନୁଯାୟୀ ବୁଧବାର ଖୁଣ୍ଟା ଥାନା ଅଧୀନ ବାସିପିଠା ଅଞ୍ଚଳରେ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଏହି ସମୟରେ ଶିମିଳିପାଳ ଦକ୍ଷିଣ ଡିଭିଜନ୍ ର ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରଥିଲା। ସେମାନଙ୍କ ନିକଟରୁ ଏକ କଳା ବାଘ ଛୁଆର ଚମଡା ଜବତ ହୋଇଥିଲା। ବାଘର ବୟସ ପ୍ରାୟ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଠାରୁ ୩ଟି ବାଇକ, ୨ଟି ମୋବାଇଲ ଫୋନ ଜବତ୍ କରାଯାଇଛି। ପରୀକ୍ଷାଗାରକୁ ନମୁନା ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ମିଳିପାରିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ