Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ

    Share on :
    ajab-Image
    Date: Apr 27, 2026    Views: 2941

    ଶିମିଳିପାଳ: ଶିମିଳିପାଳ ଇତିହାସରେ ପ୍ରଥମ । ବାଘ ଗଣତି ବେଳେ ଚମକାଇ ଦେଲା ଭିଡିଓ । ୧୫ ଶହ କିମି ଚାଲିଆସିଲା ମହାବଳ ବାଘ । ଛତିଶଗଡ଼ରୁ ସୁନ୍ଦରଗଡ଼ ଦେଇ ପହଂଚିଲା ଶିମିଳିପାଳରେ । ମହାରାଷ୍ଟ୍ରର ବିଦର୍ଭରୁ ମହାବଳ ଆସିଥିବା ଅନୁମାନ । କ୍ୟାମେରା ଟ୍ରାପରେ ବାଘର ଉପସ୍ଥିତିକୁ କରାଗଲା ଚିହ୍ନଟ ।ଏବେ ଶିମିଳିପାଳରେ ନୂଆ ଅତିଥି ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ । ପ୍ରାୟ ୧୫ ଶହ କିମି ଅତିକ୍ରମ କରି ଶିମିଳିପାଳରେ ପହଞ୍ଚିଲା ମହାବଳ । ବାଘ ଗଣତି ପାଇଁ ଲାଗିଥିବା ସିସିଟିଭି ଫୁଟେଜରୁ ସାମନ୍ନାକୁ ଆସିଲା ତଥ୍ୟ । ଏହି ଅଣ୍ଡିରା ମହାବଳ ବାଘଟିର ବୟସ ପାଖାପାଖି ୪ରୁ ୫ ବର୍ଷ ହୋଇଥିବା ଅନୁମାନ । ବାଘଟି ବର୍ତ୍ତମାନ ଶିମିଳିପାଳର କୋର୍ ଏରିଆ ବା ମୁଖ୍ୟ ଜଙ୍ଗଲ ମଧ୍ୟରେ ରହିଛି । ତା’ ଉପରେ କଡ଼ା ନଜର ରଖିଛି ବନ୍ୟପ୍ରାଣୀ ବିଭାଗ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ବାହାରୁ ବାଘ ଆସିବା ଘଟଣାଟି ସତ୍ୟ । ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ ପଟୁ ସୁନ୍ଦରଗଡ଼, ବଣାଇ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲା । ପରେ ଏହା ଦେବଗଡ଼, ଢେଙ୍କାନାଳ ଓ କାମାକ୍ଷାନଗର ଜଙ୍ଗଲ ଦେଇ ଡିସେମ୍ବର-ଜାନୁଆରୀ ମାସରେ ଶିମିଳିପାଳରେ ପହଞ୍ଚିଥିଲା । ତେବେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ଏହା ଅତ୍ୟନ୍ତ ଶୁଭ ସଙ୍କେତ ।
    ସେପଟେ ପୂର୍ବତନ ମୁଖ୍ୟ NTCA କହିଛନ୍ତି, ବାଘ ଆସିବା ଓଡ଼ିଶା ଶୁଭଙ୍କର । କିନ୍ତୁ ଯେଉଁ ରୁଟ୍ ଦେଇ ବାଘ ଆସିଛି ତାକୁ ଖୋଜି ବାହାର କରିବାକୁ ପଡ଼ିବ । ଅନ୍ୟପଟେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି, ଶିମିଳିପାଳ ଇତିହାସରେ ଏହା ପ୍ରଥମ । ଏହି ବାଘଟି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

    ତେବେ ନଭେମ୍ବର ୨୦୨୩ରେ ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏକ ବାଘ ପ୍ରାୟ ୨ ହଜାର କିଲୋମିଟର ଚାଲି ଚାଲି ଓଡ଼ିଶାର ଜଙ୍ଗଲରେ ପହଞ୍ଚିଥିଲା । ପୂର୍ବରୁ ଶିମିଳିପାଳକୁ ମହାରାଷ୍ଟ୍ରରୁ 'ଜିନତ୍' ଏବଂ 'ଯମୁନା' ନାମକ ଦୁଇଟି ବାଘୁଣୀଙ୍କୁ ସରକାରୀ ସ୍ତରରେ ଅଣାଯାଇଥିଲା । କିନ୍ତୁ ଏଥର ବାଘଟି ନିଜେ ସୀମା ଅତିକ୍ରମ କରି ପହଞ୍ଚିଛି । ବାଘଟିର ଏହି ଯାତ୍ରା ପ୍ରମାଣ କରୁଛି ଯେ ବିଭିନ୍ନ ରାଜ୍ୟର ଜଙ୍ଗଲଗୁଡ଼ିକ ମଧ୍ୟରେ ଏବେ ବି ପ୍ରାକୃତିକ ସଂଯୋଗ ରହିଛି, ଯାହା ପରିବେଶ ପାଇଁ ଅତ୍ୟନ୍ତ ଭଲ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook