Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିମିଳିପାଳରେ ନୂଆ ଅତିଥି ମହାବଳ ବାଘ

    Share on :
    ajab-Image
    Date: Apr 26, 2026    Views: 2417

    ଶିମିଳିପାଳ: ଶିମିଳିପାଳରେ ନୂଆ ଅତିଥି ମହାବଳ ବାଘ। ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ଶିମିଳିପାଳ ପ୍ରୋଟେକ୍ସନ ଫୋର୍ସ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଣ୍ଡିରା ମହାବଳ ବାଘକୁ ଦେଖିବାକୁ ପାଇଥିଲେ। ତେବେ ବାଘଟି ଶିମିଳିପାଳର ନୁହେଁ ବରଂ ଏହା ବାହାର ରାଜ୍ୟରୁ ଆସିଥିବା ଅନୁମାନ କରାଯାଉଛି। ମହାରାଷ୍ଟର ତଡବା ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ଦୀର୍ଘ ୧୫ଶହ କିଲୋମିଟର ଚାଲି ଚାଲି ବାଘଟି ଆସିଥିବା କୁହାଯାଉଛି। 

    ତେବେ କେଉଁଠୁ ଏବଂ କେଉଁ ପରିସ୍ଥିତିରେ ମହାବଳ ଶିମିଳିପାଳକୁ ଆସିଛି ସେ ନେଇ ବନ୍ୟଜନ୍ତୁ ଗବେଷକ ଅନୁଧ୍ୟାନ କରୁଛନ୍ତି। ପ୍ରଥମ ଥର ପାଇଁ ଶିମିଳିପାଳକୁ କୈଣସି ବାହାର ରାଜ୍ୟରୁ ବାଘ ଆସିଥିବା କୁହାଯାଉଛି। ପିସିସିଏଫ ପ୍ରେମ କୁମାର ଓଝା କହିଛନ୍ତି, ଏହା ସତ୍ୟ ଘଟଣା କିନ୍ତୁ ଏହା ଉପରେ ବର୍ତ୍ତମାନ ଅଧିକ କିଛି କହି ହେବନାହିଁ, ତାର ଅନୁଧ୍ୟାନ କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook