Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାତିଛି ବାଘ: ମାରୁଛି ଗୋରୁ

    Share on :
    ajab-Image
    Date: Dec 10, 2025    Views: 3328

    କପ୍ତିପଦା  : ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳରେ ମାତିଛି ବାଘ।  ମାରୁଛି ଗୋରୁ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ।  ଗତକାଲି ହୁଡ଼ିସାହିରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଦେଇଥିବା ବେଳେ ଆଜି ପୁଣି ପଣ୍ଡେସାହି ଗାଁରେ ସମାନ ଢ଼ଙ୍ଗରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଛି ବାଘ। ଗାଁର ପ୍ରେମ କୁମାର ସାମଲଙ୍କ ଗୁହାଳରେ ବନ୍ଧା ଯାଇଥିବାବେଳେ ଗୋରୁ ରଡି ଶୁଣି ପରିବାର ଲୋକେ ପାଟି କରିବାରୁ ବାଘଟି ଗୋରୁକୁ ଛାଡି ଚାଲିଯାଇଥିଲା। କିନ୍ତୁ ଗୋରୁଟିର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ପଡିଛି ।  ଦୁଇ ଦିନରେ ୨ଟି ଗୋରୁ ମାରିଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook