Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କେନ୍ଦୁଝର ବନଖଣ୍ଡରେ ମହାବଳ ପାଦଚିହ୍ନ ଠାବ

    Share on :
    ajab-Image
    Date: Nov 3, 2025    Views: 3882

    କେନ୍ଦୁଝର: କେନ୍ଦୁଝର ବନଖଣ୍ଡର  ପାଟଣା ବନାଞ୍ଚଳର ମାଛଗଡ଼ ନିକଟରେ ମହାବଳ ବାଘୁଣୀର ପାଦଚିହ୍ନ ଠାବ ହୋଇଛି । ଉକ୍ତ  ବାଘୁଣୀଟି ଶିମିଳିପାଳ ଅଭୟାରଣ୍ୟରୁ କେନ୍ଦୁଝର  ବନଖଣ୍ଡକୁ ଆସିଛି । ମହାବଳ ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୩୫ଟି କ୍ୟାମେରା ଲାଗିଛି ।  ଗତ ୨ ବର୍ଷ ତଳେ ମହାବଳ ବାଘ କେନ୍ଦୁଝର  ବନଖଣ୍ଡର ଅଟେଇ ଓ ତେଲକୋଇ ବନାଞ୍ଚଳରେ  ଠାବ ହୋଇଥିଲା । ମହାବଳ କିଛିଦିନ ରହିବା  ପରେ ପୁଣି ଶିମିଳିପାଳ ଫେରି ଯାଇଥିଲା । ତେବେ  ବାଘ ଫେରି ଯାଇଥିବା ବେଳେ ବାଘୁଣୀ ଏବେ କେନ୍ଦୁଝର ବନଖଣ୍ଡକୁ ଫେରିଛି । ଶିମିଳିପାଳରୁ ବାଘୁଣୀ ଆସି ପହଞ୍ଚି ଯିବା ପରେ ବନବିଭାଗ  ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।ବନ ବିଭାଗ ପକ୍ଷରୁ ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବାକୁ ସଚେତନ କରାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook