ମୁଖ୍ୟ ଖବର
ଭୂବନେଶ୍ୱର - ଅପରାହ୍ନ ୨ଟା ବେଳର ଘଟଣା । ବ୍ୟକ୍ତି ଜଣକ ୟୁନିଟ ୧ ହାଟରୁ ପରିବା କିଣି ରଙ୍ଗ ସାଇଡରେ ଯାଉଥିଲେ । ସେଠାରେ ଚେକିଙ୍ଗ କରୁଥିବା ଟ୍ରାଫିକ ପୁଲିସ ଅଟକାଇ ଜରିମାନା ମାଗିଲା ।ବାସ ଏତିକି କଥାରେ ବାବୁଙ୍କ ମୁଣ୍ଡକୁ ପିତ୍ତ ଚଢିଗଲା । ଟ୍ରାଫିକ ପୁଲିସକୁ ରାଗିପାଚି କହିଲେ ,ମୁଁ ସଚିବାଳୟ କର୍ମଚାରୀ । କହିଲେ ମନ୍ତ୍ରୀ ନେତାଙ୍କ ସହ ମୋର ନିତି ବସାଉଠା । ମୋ ଗାଡି ଛାଡିଦିଅ କହୁଛି ନହେଲେ ଗୋଟିଏ ଫୋନରେ ତୁମ ଚାକିରି ଖାଇଯିବି । ଏମିତି ଧମକ ମିଳିଥିଲା କର୍ତ୍ତବ୍ୟରତ ଜଣେ ଟ୍ରାଫିକ ପୁଲିସଙ୍କୁ । ଧମକ ଦେଇଥିଲେ ଜଣେ ଆଇନ ଭାଙ୍ଗିଥିବା ବ୍ୟକ୍ତି ।ରାଜମହଲ ଛକରେ ଜଣେ ଟ୍ରାଫିକ ସବଇନିସ୍ପେକ୍ଟର ଓ ୨ ଟ୍ରାଫିକ କନଷ୍ଟବଳଙ୍କ ସହ ଦିର୍ଘ ଅଧଘଣ୍ଟାର ଯୁକ୍ତି କରିଥିଲେ ବ୍ୟକ୍ତି ଜଣକ । ସେ ସଚିବାଳୟର ପରିଚୟପତ୍ର ପକାଇଥିଲେ । ସେ ଚଳାଉଥିବା ବାଇକ ଜରିଆରେ ତାଙ୍କ ଘରକୁ ଇ ଚାଲାଣ ପଠାଯାଇଥିଲା ।
Comments ସମସ୍ତ ମତାମତ