Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କ’ଣ କେରଳ ଷ୍ଟୋରୀ ସତ ?

    Share on :
    ajab-Image
    Date: Jun 2, 2023    Views: 3175

    ଭୁବନେଶ୍ୱର: ଭାରତରେ ସିନେମାକୁ ରିଲିଜ ହେବା କ୍ଷଣି କଣ୍ଟ୍ରୋଭର୍ସିରେ ଫସିଥାଏ । ସିନେମା ରିଲିଜ ହେବା ପୂର୍ବରୁ କେତେବେଳେ ଏହାର ନାଁକୁ ନେଇ ଦଙ୍ଗା ହୋଇଥାଏ ତ ପୁଣି କେତେବେଳେ ସିନେମା ଟ୍ରେଲରକୁ ନେଇ ବିବାଦ । ହେଲେ ନିକଟରେ ରିଲିଜ ହୋଇଥିବା ‘କେରଳ ଷ୍ଟୋରୀ’ର ସମ୍ପୁର୍ଣ୍ଣ କାହାଣୀକୁ ନେଇ ଉଠିଛି ବିବାଦ । ବହୁ ବାଦ ବିବାଦ ପରେ ପ୍ରତି ସିନେମା ଘରେ ରିଲିଜ ହୋଇଥିଲା କେରଳ ଷ୍ଟୋରୀ । ଫିଲ୍ମକୁ ଦେଖିବା ପରେ ସମସ୍ତ ନିଜ ନିଜର ମତ ମଧ୍ୟ ସୋସିଆଲ ମିଡ଼ିଆରରେ ପ୍ରକାଶ କରିଥିଲେ । ଲୋକଙ୍କଠାରୁ କିଛି କ୍ଷେତ୍ରରେ ପ୍ରଶଂସା ଓ କିଛି କ୍ଷେତ୍ରରେ ନିନ୍ଦା ଶୁଣିଥିଲା ଏହି କାହାଣୀ ।

    ତେବେ କ’ଣ ଆପଣ ଜାଣନ୍ତି କି ଏ ଚଳଚ୍ଚିତ୍ର କାହାଣୀର ସତ୍ୟତା କେତେ ? ଏହି ଚଳଚିତ୍ରରେ ପ୍ରଦର୍ଶିତ କାହାଣୀରେ କେରଳର ହିନ୍ଦୁ ଧର୍ମର ଯୁବତୀ ମାନଙ୍କୁ ଜୋରଜବରଦସ୍ତି ଭାବରେ ଠକାମୀର ଶୀକାର କରି ଧର୍ମାନ୍ତିକରଣ କରାଯାଉଛି । ଏହି ଫିଲ୍ମରେ ହିଜାବ ପିନ୍ଧିବା ପାଇଁ ମଧ୍ୟ ପ୍ରବର୍ତ୍ତା ଯାଇଛି । ଯଦି ସେମାନେ ହିଜାବ ପିନ୍ଧିବେ ତେବେ ସେମାନଙ୍କ ସହିତ କୌଣସି ପ୍ରକାରର ଅସୁବିଧା ହେବନାହିଁ । ସବୁଠାରୁ ବଡ଼ କଥା ହେଉଛି କେରଳରେ ୩୨ହଜାର ଯୁବତୀଙ୍କୁ ବିଗତ କିଛି ବର୍ଷ ମଧ୍ୟରେ ଧର୍ମାନ୍ତିକରଣ କରାଯାଇଛି । ତାହା ହିଁ ଏଠାରେ ବିବାଦର ମୁଖ୍ୟ କାରଣ ସାଜିଛି । ଏଠାରେ ଇସଲାମିକ ଧର୍ମ ଲୋକେ ପ୍ରଲୋଭନ ଓ ମିଛ କହି ଯୁବତୀଙ୍କର ଧର୍ମପରିବର୍ତ୍ତନ କରାଇଥାନ୍ତି । ସୁଦୃତ ସେନ୍‌ ଏହି ସିନେମାର ନିର୍ଦ୍ଦେଶକ ।

    ଏହି କାହାଣୀକୁ ସସ୍ୟତା ପ୍ରମାଣିତ କରି ସେ ଏହି ବିଷୟରେ ରିସର୍ଚ୍ଚ ମଧ୍ୟ କରିଥିଲେ, ଓ ଧର୍ମାନ୍ତିକରଣ ହୋଇଥିବା ଯୁବତୀଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ । ଫିଲ୍ମକୁ ନେଇ ବିବାଦ ମାମଲା ସୁପ୍ରିମ କୋର୍ଟକୁ ମଧ୍ୟ ଯାଇଛି । ସିନେମାକୁ ରୋକିବାକୁ ଯେଉଁ ପ୍ରୟାସ ଚାଲିଥିଲା ତାହା ଖଣ୍ଡନ ହୋଇ ସିନେମା ରିଲିଜ ହେଲା ସତ କିନ୍ତୁ ରିଲିଜ ପରେ ହିନ୍ଦୁ ଓ ଇସଲାମିକ ଧର୍ମୀ ଲୋକଙ୍କ ମଧ୍ୟରେ ବିବାଦ ଘନାଇଥିଲା । କେରଳର ଇସଲାମିକ ଲୋକେ ଏହି ସିନେମାର କାହାଣୀର ସତ୍ୟତାକୁ ଦର୍ଶାଇବା ଲୋକଙ୍କୁ ଏକକୋଟି ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲେ । ଏହା ପରେ ଆଞ୍ଚଳିକ ବିରୋଧୀ ଦଳ ମାନେ ମଧ୍ୟ ସରକାର ବିରୋଧୀ ହୋଇଯାଇଥିଲେ । ତେବେ ଏହି ଷ୍ଟୋରୀ କେତେ ସତ ଓ କେତେ ମିଛ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

    Maximum 500 characters

    ବିଶେଷ View all

    Find Us on Facebook