Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ସିବିଆଇରେ ପୁଣି ହାଜର ହେବେ ବିଜୟ

    Share on :
    ajab-Image
    Date: Jan 19, 2026    Views: 3518

    ପଠାନକୋଟ: କରୁର ଦଳାଚକଟା ମାମଲାରେ ସିବିଆଇ ପକ୍ଷରୁ ତାମିଲଗା ଭେଟ୍ରି କାଝଗମ୍(ଟିଭିକେ)ର ନେତା ବିଜୟଙ୍କୁ ପୁଣି ସମନ ଜାରି କରାଯାଇଛି। ସମନରେ ବିଜୟଙ୍କୁ ସୋମବାର ନୂଆଦିଲ୍ଲୀସ୍ଥିତ ସିବିଆଇ କାର୍ୟ୍ୟାଳୟରେ ହାଜର ହେବାକୁ ନିର୍ଦେଶ ରହିଛି। ସିବିଆଇ ମାମଲାର ଯାଞ୍ଚ କରୁଛି। ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ଅଜୟ ରସ୍ତୋଗୀଙ୍କ ଅଧ୍ୟକ୍ଷତାରେ ଏକ ସମିତି ଏହି ଯାଞ୍ଚ ଉପରେ ନଜର ରଖିଛି। ନିକଟରେ ସିବିଆଇ ଦଳାଚକଟାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ଖୋଳତାଡ କରୁଛି। ଏଜେନ୍ସି ଟିଭିକେର ଅନେକ ବରିଷ୍ଠ ନେତାଙ୍କୁ ପଚରାଉଚରା କରିଛି। ଗତ ମାସରେ ବୁସ୍ସି ଆନନ୍ଦ ଓ ଅଧବ ଅର୍ଜୁନ ଦିଲ୍ଲୀ ସ୍ଥିତ ସିବିଆଇ କାର୍ୟ୍ୟାଳୟରେ ହାଜର ହୋଇ ବିସ୍ତୃତ ସ୍ପଷ୍ଟୀକରଣ ଦେଇଥିଲେ। ଯାଞ୍ଚ ସମୟରେ ବୟାନ, ସାକ୍ଷୀ ଆଧାରରେ ସିବିଆଇ ବିଜୟଙ୍କୁ ସିଧା ସଳଖ ପଚରାଉଚରା କରିବାକୁ ନିଷ୍ପତ୍ତି ନେଇଛି।

    ବିଜୟ ୧୨ ଜାନୁଆରୀରେ ଦିଲ୍ଲୀ କାର୍ୟ୍ୟାଳୟରେ ହାଜର ହୋଇଥିଲେ। ଏହି ଅବସରରେ ତାଙ୍କୁ କରୁର କାର୍ୟ୍ୟକ୍ରମର ଆୟୋଜନ କିଏ କରିଥିଲା, ବିଜୟ ଆୟୋଜନ ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ ଜାଣିଥିଲେ କି ନାହିଁ, ଭିଡ ସଂଖ୍ୟା ଓ ସୁରକ୍ଷା ନିୟନ୍ତ୍ରଣ କରିବା ପାଇଁ କୌଣସି ପଦକ୍ଷେପ ଉଠାଯାଇଥିଲା କି ନାହିଁ ବୋଲି ବିଜୟଙ୍କୁ ପ୍ରଶ୍ନ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ତାଙ୍କୁ ପୂର୍ବରୁ ସତର୍କ କରିଥିଲେ କି ନାହିଁ, ପାନୀୟ ଜଳ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା କି ନାହିଁ ବୋଲି ବିଜୟଙ୍କୁ ସିବିଆଇ କାର୍ୟ୍ୟାଳୟରେ ପ୍ରଶ୍ନ କରାଯାଇଥିଲା। ବିଜୟ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୀର୍ଣ୍ଣ ଭାବେ ଦେଇଥିଲେ। ପରେ ବିଜୟ ଚେନ୍ନଇ ଫେରିଆସିଥିଲେ। ପୋଙ୍ଗଲ ପରେ ସିବିଆଇ ତାଙ୍କୁ ପୁଣି ଡକାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook