Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଗୌହାଟୀ ଭାରତର ଲଜ୍ଜାଜନକ ପରାଜୟ

    Share on :
    ajab-Image
    Date: Nov 26, 2025    Views: 3193

    ନୂଆଦିଲ୍ଲୀ: ଗୌହାଟୀରେ ଭାରତର ଲଜ୍ଜାଜନକ ପରାଜୟ। ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ୍ ସହ ସରିଜ୍‌ ହାରିଛି ଭାରତ। ୪୦୮ ରନ୍‌ରେ ଦକ୍ଷିଣ ଆଫ୍ରିକା ବଡ ବିଜୟ ହାସଲ କରିଛି। ଦ୍ଵିତୀୟ ଇଂନିସରେ ମାତ୍ର ୧୪୦ରେ ସରେଣ୍ଡର କରିଛନ୍ତି ଭାରତୀୟ ବ୍ୟାଟର। ଟିମ୍ ଇଣ୍ଡିଆ ଦାୟିତ୍ଵହୀନ , ଖାମଖିଆଲ ବ୍ୟାଟିଂର ନମୁନା ପ୍ରଦର୍ଶନ କରିଛନ୍ତି। ସାଇ, ଜୁରେଲ ଏବଂ ନୀତୀଶ ସୁଯୋଗର ସଦବ୍ୟବହାର କରିପାରିଲେନି। ଦକ୍ଷିଣ ଆଫ୍ରିକା ୨-୦ରେ ସରିଜ୍ ପୋଛି ନେଇଛି।

    ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା  ପ୍ରଥମ ଇନିଂସ୍‌ରେ ୪୮୯ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ସେନୁରନ୍ ମୁଥୁସାମି ୧୦୯ ରନ୍‌ କରିଥିଲେ ,  ଯାହା ସେମାନଙ୍କୁ ୪୮୯ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା ।  ତ୍ରିସ୍ଟନ ଷ୍ଟବ୍ସ ମଧ୍ୟ ୪୯ରନ୍‌ କରିଥିଲେ। ଏହି ଦୁଇଟି ଇନିଂସ୍‌ ବ୍ୟତୀତ କାଇଲ୍ ବେରେନ୍‌ ୪୫ରନ୍‌ କରିଥିଲେ ।
    ପ୍ରଥମ ଇନିଂସ୍‌ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଦେଜା ଦୁଇଟି ୱିକେଟ୍‌ ନେଇଥିଲେ  ।   ଏହା ପରେ ଭାରତର ବ୍ୟାଟିଂ କରିବା ପାଳି ଆସିଥିଲା। ବ୍ୟାଟିଂ କରି ଭାରତୀୟ ଦଳ ଏହାର ପ୍ରଥମ ଇନିଂସ୍‌ରେ କେବଳ ୨୦୧ ରନ୍‌ କରିପାରିଥିଲା  ।  ଏହି ଟେଷ୍ଟ ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।  କେବଳ ଯଶସ୍ୱୀ ଜୟସୱାଲ ଭଲ ବ୍ୟାଟିଂ କରି ଆଉଟ ହେବା ପୂର୍ବରୁ ୫୮ରନ କରିଥିଲେ ।  ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ୬ଟି ୱିକେଟ ଏବଂ ସାଇମନ ହାର୍ମର ୩ଟି ୱିକେଟ ନେଇଥିଲେ  । 

    ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୪୮୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୬୦/୫ ରନ୍ କରିଥିଲା। ଏହା ପରେ ଭାରତ ଆଗରେ ୫୪୯ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ଲକ୍ଷ୍ୟ ପୂରଣ କରିପାରିନଥିଲା।ଭାରତୀୟ ଦଳ ଚାପରେ ଭାଙ୍ଗି ପଡ଼ି ପ୍ରଥମ ଇନିଂସରେ କେବଳ ୨୦୧ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୪୦ ରନ୍ କରିପାରିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook