Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ

    Share on :
    ajab-Image
    Date: Oct 16, 2024    Views: 4602

    ନୂଆଦିଲ୍ଲୀ:  ଆଜି ବେଙ୍ଗାଲୁରୁରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ମ୍ୟାଚ ଉପରେ ବର୍ଷାର କଳାବାଦଲ ଘୋଟାଇ ଆସିଛି। ମଙ୍ଗଳବାର ଠାରୁ ବେଙ୍ଗାଲୁରୁରେ ବର୍ଷା ଆରମ୍ଭ ହୋଇଯାଇଛି।

    ଆଜି ବେଙ୍ଗାଲୁରୁରେ ଆହୁରି ପ୍ରବଳ ବର୍ଷାର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିବା ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସେହିପରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ବିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ ଅଫିସ ବଦଳରେ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଆସନ୍ତାକାଲି ମ୍ୟାଚ୍‌ ହେବ କି ନାହିଁ, ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି।

    ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବୁଧବାର ବେଙ୍ଗାଲୁରୁରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ସହରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

    Maximum 500 characters

    ଖେଳ ଖବର View all

    Find Us on Facebook