Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରୋମାଞ୍ଚକର ସ୍ଥିତିରେ କେପଟାଉନ୍ ଟେଷ୍ଟ

    Share on :
    ajab-Image
    Date: Jan 14, 2022    Views: 4092

    କେପଟାଉନ୍: ରୋମାଞ୍ଚକର ସ୍ଥିତରେ କେପଟାଉନ୍ ଟେଷ୍ଟ । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ ଆଉ ୧୧୧ ରନ୍ । ସେହିପରି ଭାରତକୁ ଦରକାର ଆଉ ୮ଟି ୱିକେଟ୍ । ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ଟିମ୍ ଇଣ୍ଡିଆ । ଏକମାତ୍ର ଖେଳାଳି ଭାବେ ରୁଷଭ ପନ୍ଥ ଶତକ ହାସଲ କରିଥିଲେ । ସେ ୧୩୯ ବଲ୍‌ରେ ଠିକ୍‌ ୧୦୦ ରନ୍‌ କରି କ୍ରିଜ୍‌ରେ ଥିଲା ବେଳେ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ୱିକେଟ୍‌ ପତନ ସହ ଭାରତ ପାଳି ଶେଷ ହୋଇଯାଇଥିଲା । ହେଲେ ପନ୍ତ୍‌ଙ୍କ ବୀରତ୍ବପୂର୍ଣ୍ଣ ପାଳି ସମସ୍ତଙ୍କ ନଜରରେ ରହିଥିଲା ।
    ଭ୍ରମଣକାରୀ ଦଳର ଅନ୍ୟ ସମସ୍ତ ବ୍ୟାଟର୍‌ ଘରୋଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରଙ୍କ ଆଗରେ ୱିକେଟ୍‌ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲା ବେଳେ ପନ୍ତ୍‌ ୭୧.୯୪ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତାଙ୍କ ଶକତୀୟ ପାଳିରେ ୬ ‌ଚୌକା ଓ ୪ ଛକା ସାମିଲ ଥିଲା। ଗତ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପାଳି ଖେଳି ଭାରତକୁ ଟେ‌ଷ୍ଟ୍‌ ବିଜୟ ଭେଟିଦେବା ପରେ କେପ୍‌ଟାଉନ୍‌ରେ ଶତକ ପନ୍ତ୍‌ଙ୍କ ପାଇଁ ଆଉ ଏକ ସ୍ମରଣୀୟ ପ୍ରଦର୍ଶନ ଥିଲା । ପନ୍ତ୍‌ ଏପର୍ୟ୍ୟନ୍ତ ଭାରତ ପାଇଁ ୨୮ ଟେଷ୍ଟ୍‌ ଖେଳିଥିଲା ବେଳେ ମୋଟ ୧୭୩୫ ରନ୍‌ କରିସାରିଛନ୍ତି । ‌ସେଥିରେ ୪ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook