Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତଙ୍କବାଦୀ ଆକ୍ରମଣ; ୭ ମୃତ

    Share on :
    ajab-Image
    Date: Jun 21, 2026    Views: 2655

    ଇସଲାମାବାଦ୍‌: ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶରେ ଶନିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ମାର୍କା ବେରା ଅଞ୍ଚଳରେ ହୋଇଥିବା ଦୁଇଟି ପୃଥକ ବୋମା ବିସ୍ଫୋରଣରେ ଅତିକମ୍‌ରେ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ହାଥିଖେଲ ଗ୍ରାମରୁ ସହର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଭ୍ୟାନକୁ ଟାର୍ଗେଟ୍ କରି କରାଯାଇଥିଲା। ରାସ୍ତାକଡ଼ରେ ପୂର୍ବରୁ ପୋତା ଯାଇଥିବା ଏକ ଆଇଇଡିରେ ଗାଡ଼ିଟି ଯିବା ସମୟରେ ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ୫ ଜଣ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା। ବିସ୍ଫୋରଣସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଦ୍ବିତୀୟ ବିସ୍ଫୋରଣ ଘଟିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବା ସହ ବିସ୍ଫୋରଣ ସ୍ଥଳରୁ ପ୍ରମାଣ ଓ ନମୁନା ସଂଗ୍ରହ କରୁଛନ୍ତି। ଏହି ଭୟାବହ ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନୀୟ କିମ୍ବା ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଖାଇବର ପାଖତୁନଖାୱା ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଏହି ଦୁଇ ବିସ୍ଫୋରଣକୁ ନିନ୍ଦା କରିବା ସହ ଏହାକୁ ଅତି ଦୁଃଖଦାୟକ ଓ ହୃଦୟବିଦାରକ ବୋଲି କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook