Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀରୁ ଆତଙ୍କବାଦୀ ଗିରଫ

    Share on :
    ajab-Image
    Date: Oct 2, 2023    Views: 3709

    ନୂଆଦିଲ୍ଲୀ:  ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ବଡ଼ ଧରଣର ଆକ୍ରମଣ ପୂର୍ବରୁ ଫେଲ୍ ମାରିଛି  ISISର ପ୍ଲାନ୍ । ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ୍  ISIS ମଡ୍ୟୁଲର ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଗିରଫ ଆତଙ୍କୀ ଶାହନବାଜ ବୋଲି ଜଣାପଡ଼ିଛି ।

    ଶାହନବାଜ ମୁଣ୍ଡରେ ଏନ୍ଆଇଏ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଘୋଷଣା କରିଥିଲା ଏନ୍ଆଇଏ । ଦିଲ୍ଲୀ ପୋଲିସ ଅନୁସାରେ, ପେଷାରେ ଶାହନବାଜ ଇଞ୍ଜିନିୟର ହୋଇଥିବା ବେଳେ ଦିଲ୍ଲୀରେ ରହୁଥିଲା । ପୁଣେ ପୋଲିସ ହେପାଜତରୁ ଖସି ଆସି ଦିଲ୍ଲୀରେ ଲୁଚିଥିଲା ଶାହନବାଜ । ଏବେ ପୋଲିସ ତାକୁ ଜେରା କରୁଛି ।

    ଆଇଏସ୍ଆଇଏସ୍‌ର ପୁନେ ମଡ୍ୟୁଲ୍ ମାମଲାରେ ୭ ଜଣଙ୍କୁ ଗିରଫ କରିଥିଲା ଏନ୍ଆଇଏ । ସେତେବେଳେ ୩ ଜଣ ଆତଙ୍କବାଦୀ ଫେରାର୍ ହୋଇ ଯାଇ ଦିଲ୍ଲୀରେ ଲୁଚି ରହିଥିଲେ । ଉକ୍ତ ତିନି ଆତଙ୍କବାଦୀ ମଧ୍ୟରୁ ଶାହନବାଜ ଓରଫ୍ ଶୈଫି ଉଜ୍ଜମା ଜଣେ ।

    ୩ ଆଇଏସ୍ଆଇଏସ୍ ଆତଙ୍କବାଦୀ ଦିଲ୍ଲୀରେ ଲୁଚିଥିବା ଜଣାପଡ଼ିଥିଲା । ଏହା ପରେ ପୋଲିସ ଆକ୍ସନ୍ ମୋଡକୁ ଆସି ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ସୋମବାର ଶାହନବାଜ ଧରା ପଡ଼ିଥିବା ବେଳେ ଅନ୍ୟ ୨ ଆତଙ୍କୀ ରିଜୱାନ ଅବ୍ଦୁଲ୍ ହାଜି ଅଲୀ ଓ ଅବ୍ଦୁଲାହ ଫୟାଜ ଶେଖ୍ ଫେରାର୍ ଅଛନ୍ତି । ପୋଲିସ ସେମାନଙ୍କୁ ଖୋଜୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook