Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆତଙ୍କୀ ଲିଙ୍କ: ଦିଲ୍ଲୀରୁ ଓଡ଼ିଶାକୁ ଲମ୍ବିଛି

    Share on :
    ajab-Image
    Date: Apr 11, 2026    Views: 3572

    ଭୁବନେଶ୍ୱର: ଦିଲ୍ଲୀରୁ ଓଡ଼ିଶା... ଆତଙ୍କବାଦୀ କଳା ନେଟୱାର୍କର ଭୟଙ୍କର ଖୁଲାସା। ଦେଶ ବିରୋଧରେ ରଚାଯାଉଥିଲା ବଡ଼ ଧରଣର ଷଡ଼ଯନ୍ତ୍ର। ଦିଲ୍ଲୀରେ କିଛି ଯୁବକ ଗିରଫ ହେବା ପରେ ଏବେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରହସ୍ୟ। ଆଉ ଏହି ଆତଙ୍କୀ ଲିଙ୍କର ସୂତ୍ର ଏବେ ଲମ୍ବିଛି ଓଡ଼ିଶାକୁ। ସନ୍ଦିଗ୍ଧ ଆତଙ୍କୀ କାର୍ୟ୍ୟକଳାପ ଅଭିଯୋଗରେ ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ।
    ଆତଙ୍କୀ ଲିଙ୍କରେ ଦିଲ୍ଲୀରୁ ଧରାପଡ଼ିଥିଲେ କିଛି ଯୁବକ। ଏହାପରେ ଦିଲ୍ଲୀରେ ତଦନ୍ତ ପରେ ଓଡ଼ିଶା ଲିଙ୍କ୍ ମିଳିଥିଲା। ସନ୍ଦିଗ୍ଧ ସେଖ୍ ଇମରାନ୍ ସମ୍ପର୍କରେ ତଥ୍ୟ ପାଇଥିଲା ପୋଲିସ୍। ସୋସିଆଲ୍ ମିଡିଆରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା।
    ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗତ ରାତିରୁ ଇମରାନ୍ ନାମକ ଯୁବକଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରିଥିଲା। ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ, ପାକିସ୍ତାନ ସହ ଲିଙ୍କ୍ ଭଳି ବିଭିନ୍ନ ଅଭିଯୋଗ ଇମରାନଙ୍କ ନାଁରେ ଥିଲା। ଏନେଇ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। 

    ସେଖ୍ ଇମରାନ୍ କୁ ନେଇ ପୋଲିସ ଏବେ ତତ୍ପର ହୋଇଉଠିଛି। ତା’ ବିରୋଧରେ ଖୋଲତାଡ଼ ଜାରି ରହିଛି। ଓଡ଼ିଶାର କେଉଁ କେଉଁ ସ୍ଥାନରେ ଆତଙ୍କି ଜାଲ ବିଛାଯାଇଛି? ସେଖ୍ ଇମରାନ୍ ସହ ଆଉ କିଏ କିଏ ସାମିଲ ଅଛନ୍ତି? ସେ ନେଇ ତଦନ୍ତ ଜାରି ରହିଛି। 

    Maximum 500 characters

    ତାଜା ଖବର View all

    Find Us on Facebook