Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ହାଇଆଲର୍ଟ

    Share on :
    ajab-Image
    Date: Feb 21, 2026    Views: 2461

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ମିଳିଛି ଯେ ଲସ୍କର-ଏ-ତୈବା ଲାଲକିଲ୍ଲା ସମ୍ମୁଖରେ ଏକ ବଡ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଛି। ଏହି ସତର୍କତା ପରେ, ଦିଲ୍ଲୀ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଲାଲକିଲ୍ଲା ସମେତ ମନ୍ଦିରଗୁଡିକର ସୁରକ୍ଷା ବୃଦ୍ଧି କରାଯାଇଛି ।ଗୁଇନ୍ଦା ବିଭାଗକୁ ରାଜଧାନୀ ଦିଲ୍ଲୀରେ ଲସ୍କର-ଏ-ତୈବା ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। କୁହାଯାଉଛି ଯେ ଚାନ୍ଦନୀ ଚୌକ ନିକଟରେ ଅବସ୍ଥିତ ମନ୍ଦିର ସମେତ ଦେଶର ଅନେକ ଧାର୍ମିକ ସ୍ଥଳକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।
    ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଲସ୍କର-ଏ-ତୈବା ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ସୂତ୍ର ଅନୁସାରେ ଲସ୍କର କାଶ୍ମୀରରେ ବିଲାଲ ମସଜିଦ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀକୁ ଟାର୍ଗେଟ କରିଛି । ଦିଲ୍ଲୀରେ ନଭେମ୍ବର ୨୦୨୫ ବିସ୍ଫୋରଣ ପରେ ଏକ ଭାଇରାଲ ପୋଷ୍ଟରେ ଏଲଇଟି ଦାୟୀତ୍ୱ ନେଇଥିଲା। ପୋଷ୍ଟରେ କୁହାଯାଇଛି, “ନୂଆଦିଲ୍ଲୀରେ ଆକ୍ରମଣ ଲସ୍କର-ଏ-ତୈବାର ସାହସୀ ସିଂହମାନେ କରିଥିଲେ। ଏହା କାଶ୍ମୀରରେ ସହିଦଙ୍କ ପ୍ରତିଶୋଧ। ଆମେ ପ୍ରତ୍ୟେକ ମସଜିଦର ପ୍ରତ୍ୟେକ ଇଟାର ପ୍ରତିଶୋଧ ନେବୁ ଏବଂ ପ୍ରତ୍ୟେକ ମନ୍ଦିରରେ ପହଞ୍ଚିବୁ।”

    Maximum 500 characters

    ଦେଶ ବିଦେଶ View all

    Find Us on Facebook