Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତଙ୍କବାଦୀଙ୍କୁ ନିପାତ କରିବା ଦିଗରେ ପାକିସ୍ତାନ ଭାରତକୁ ସହଯୋଗ କରିବା ଜରୁରୀ: ଆମେରିକା

    Share on :
    ajab-Image
    Date: May 2, 2025    Views: 3167

    ନୂଆଦିଲ୍ଲୀ: ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ନିପାତ କରିବା ଦିଗରେ ପାକିସ୍ତାନ ଭାରତକୁ ସହଯୋଗ କରିବା ଜରୁରୀ ବୋଲି ଆମେରିକା କହିଛି। ଏହା ସହିତ ଭାରତ ମଧ୍ୟ ଆତଙ୍କବାଦୀଙ୍କୁ ଦମନ କରିବା ଦିଗରେ ସୀମିତ ପଦକ୍ଷେପ ନେବା ଉଚିତ, ଯାହାଫଳରେ ବଡ଼ ଧରଣର ଆଞ୍ଚଳିକ ବିବାଦ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ। ଏଥିପ୍ରତି ଉଭୟ ଦେଶ ଦୃଷ୍ଟି ଦେବା ଦରକାର ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି।
    ଭାନ୍ସ କହିଛନ୍ତି, ଆମେ ଆଶା କରୁଛୁ ଯେ, ପହଲଗାଓଁ ଆକ୍ରମଣ ପାଇଁ ପାକିସ୍ତାନ ଯେତେଦୂର ଦାୟୀ, ସେ ଦୃଷ୍ଟିରୁ ସେ ନିଜ ଦେଶରେ ରହିଥିବା ଆତଙ୍କବାଦୀମାନଙ୍କୁ ଦମନ କରିବା ଦିଗରେ ଭାରତକୁ ସହଯୋଗ କରିବା ଉଚିତ। ଭାରତ ମଧ୍ୟ ଏପରି ପଦକ୍ଷେପ ନେବା ଆବଶ୍ୟକ, ଯାହାଦ୍ବାରା ବଡ଼ ଧରଣର ଆଞ୍ଚଳିକ ବିବାଦ ନ ଉପୁଜେ।

    ଗୁରୁବାର ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ଟାମି ବ୍ରୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଥିଲେ। ସେହିପରି ଆତଙ୍କବାଦ ବିରୋଧରେ ଭାରତ ପ୍ରତି ଆମର ଦୃଢ଼ ସମର୍ଥନ ରହିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାର୍କେ ରୁବିଓ କହିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook